Latest Odisha News

BREAKING NEWS

ନୀରଜ ଓ କିଶୋରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ବାଲୁକାକଳାରେ ଶୁଭେଛା । ଏସିଆନ ଗେମ୍ସ ର ଜାଭେଳିନ  ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିବାବେଳେ ଓଡିଆ ପୁଅ କିଶୋର ଜେନା ରୌପ୍ୟ ପଦକ ଜିତିଛନ୍ତି  । ଦୁହେଁ ଭାରତ ପାଇଁ ଗର୍ଵ ଆଣିଥିବାବେଳେ ବାଲୁକାକଳା ମାଧ୍ୟମରେ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ । ଏହି ରଙ୍ଗୀନ ବାଲୁକା କଳାରେ ପ୍ରାୟ ୫୦୦ ଷ୍ଟିଲ ବାଉଲ ଇଂଷ୍ଟାଲ ହୋଇଥିବା ବେଳେ ଖୁବ ସୁନ୍ଦର ଭାବରେ ଭାରତ ହାତକୁ ଆସିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉଭୟକୁ ସ୍ଥାନିତ କରିଛନ୍ତି ସୁଦର୍ଶନ।

BjdElectrycity

ଏହାସହିତ ପ୍ରାୟ ୧୦ ଫୁଟ ର ଏହି କଳାରେ ଜାଭେଲିନକୁ ସ୍ଥାନିତ କରିଛନ୍ତି  । ବିଶେଷକରି ଓଡ଼ିଆ ତଥା ପୁରୀର ସୁନା ପୁଅ କିଶୋର ଓଡିଶା ର ଗର୍ଵ ଓ ଗୌରବକୁ ବଢ଼ାଇଥିବାରୁ ତାଙ୍କର ସଫଳତା କାମନା କରିଛନ୍ତି ସୁଦର୍ଶନ । ସେପଟେ କିଶୋରଙ୍କ ସଫଳତା ପରେ ତାଙ୍କ ଜନ୍ମ ମାଟି ପୁରୀ ସହର ତଥା ରାଜ୍ୟର ତମାମ ଜାଗାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । 

Leave A Reply

Your email address will not be published.