Latest Odisha News

ପର୍ଯ୍ୟଟନ ସହିତ ବୟନ ଓ ହସ୍ତଶିଳ୍ପ ଗ୍ରାମ ସଂଯୋଗୀକରଣ; ଓଡ଼ିଶାର ରଘୁରାଜପୁର ସାମିଲ

ଭୁବନେଶ୍ୱର: ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି । “ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ମିଳିଛି । ଏଥିରେ ଓଡ଼ିଶାର ଗୋଟିଏ ଗ୍ରାମ ସାମିଲ ହୋଇଛି ।

ତିରୁପତି (ଆନ୍ଧ୍ର ପ୍ରଦେଶ), ବଦାଜ୍ (ଗୁଜରାଟ), ନୈନୀ (ଉତର ପ୍ରଦେଶ), ଆନେଗୁଣ୍ଡି (କର୍ଣ୍ଣାଟକ), ମହାବଳୀପୁରମ୍ (ତାମିଲନାଡୁ), ତାଜ୍ ଗଞ୍ଜ (ଉତ୍ତରପ୍ରଦେଶ), ଆମେର (ରାଜସ୍ଥାନ) ଗ୍ରାମ ଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ପୂର୍ବରୁ ହାତକୁ ନିଆ ଯାଇସାରିଛି ।

ଏଠାରେ ନୂଆ କଳାର ଗବେଷଣା, ପ୍ରଶିକ୍ଷଣ ସହ କଳାକାରଙ୍କୁ ଉତ୍ପାଦର ବିକ୍ରି ବ୍ୟବସ୍ଥା ସେହି ସ୍ଥାନରେ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଯେଉଁଥିରେ ଶିଳ୍ପର ପ୍ରଚାର ପ୍ରସାର ଏବଂ ପର୍ଯ୍ୟଟନ ଗୋଟିଏ ସ୍ଥାନରେ କରା ଯାଉଛି ।

ଓଡିଶାର ଶିଳ୍ପ ଗ୍ରାମ ଭାବରେ ବେଶ୍ ଜଣାଶୁଣା ରଘୁରାଜପୁରରେ ଏବେ ପର୍ଯ୍ୟଟନ ସହିତ ବୟନର ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଗୋଟିଏ ସ୍ଥାନରେ ଏକତ୍ର ପର୍ଯ୍ୟଟନ ଏବଂ ଶିଳ୍ପର ପ୍ରଚାର ପ୍ରସାର କରାଯିବ ।

ଶିଳ୍ପ ଗ୍ରାମ ହସ୍ତଶିଳ୍ପକୁ କାରିଗର ମାନଙ୍କ ପାଇଁ ଏକ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ରୂପରେ ବିକଶିତ କରିବ ଏବଂ ଏହି ଭଳି ଭାବରେ ଦେଶର ସମୃଦ୍ଧ କାରିଗରୀ ଐତିହ୍ୟର ସୁରକ୍ଷା ହେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ପ୍ରାୟ ୧,୦୦୦ କାରିଗର ମାନଙ୍କୁ ପ୍ରତ୍ୟକ୍ଷ ଲାଭ ହେବ । ଏହି କାର୍ଯ୍ୟକ୍ରମ ଶିଳ୍ପ ଗ୍ରାମ ଗୁଡିକରେ ପର୍ଯ୍ୟଟକ ମାନଙ୍କର ଆଗମନ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଛି ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ।

Leave A Reply

Your email address will not be published.