Latest Odisha News

BREAKING NEWS

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର: ଆଶା ପାରେକ୍‌ ଗ୍ରହଣ କଲେ ଦାଦାସାହେବ ଫାଲକେ ପୁରସ୍କାର

କାଲି ପାଇଁ କାଲି ସିନେମା ପୁସ୍ତକ ପାଇଁ ସୂର୍ଯ୍ୟ ଦେଓ ଗ୍ରହଣ କଲେ ପୁରସ୍କାର

ନୂଆଦିଲ୍ଲୀ : ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ହିନ୍ଦି ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେକ୍‌ ୨୦୨୦ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି ।

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ କାଲି ପାଇଁ ‘କାଲି’ର ସିନେମା ପୁସ୍ତକକୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଓଡ଼ିଆ ଚଳଚ୍ଚିତ୍ରର ଅନେକ ସତ୍ୟ ଘଟଣା, ଇତିହାସକୁ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି  ଏହି ପୁସ୍ତକରେ ଲେଖକ, ସମୀକ୍ଷକ ସୂର୍ଯ୍ୟ ଦେଓ । କାଲି ପାଇଁ ‘କାଲି’ ପୁସ୍ତକର ଲେଖକ ସୂର୍ଯ୍ୟଦେଓ ଏବଂ ପ୍ରକାଶକ ବନୋଜ ତ୍ରିପାଠୀ ୬୮ତମ ରାରଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଥିଲେ  । ପୁରସ୍କାର ଓଡ଼ିଶାର ଗର୍ବ ଓ ଗୌରବ ବୃଦ୍ଧି କରିଛି ବୋଲି କହିଛନ୍ତି ସୂର୍ଯ୍ୟ ଦେଓ ।

 ‘ତାହ୍ନାଜୀ ଦ ଅନସଙ୍ଗ ୱାରିଅର୍’ ପାଇଁ ଅଜୟ ଦେବଗନ୍ ଏବଂ ସାଉଥ୍ ସୁପରଷ୍ଟାର୍ ସୁରିୟାଙ୍କୁ ତାଙ୍କ ଚଳଚ୍ଚିତ୍ର ‘ସୋରାରାଇ ପୋଟ୍ରୁ’ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

‘ସୋରାରାଇ ପୋଟ୍ରୁ’ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ତୁଲସିଦାସ ଜୁନିଅର (ଆଶୁତୋଷ ଗୋୱାରିକର) । ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ତାହ୍ନାଜୀ । ଶ୍ରେଷ୍ଠ ଫିଚର ଫିଲ୍ମ: ସୋରାରାଇ ପୋଟ୍ରୁ (ତାମିଲ) । ଶ୍ରେଷ୍ଠ ଅଭିନେତ୍ରୀ: ଅପର୍ଣ୍ଣା ବାଲାମୁରାଲୀ (ସୋରାରାଇ ପୋଟ୍ରୁ) । ଶ୍ରେଷ୍ଠ ନିର୍ଦ୍ଦେଶକ କେ.ଆର ସଚ୍ଚିଦାନନ୍ଦ (ମାଲାୟାଲମ୍ ଫିଲ୍ମ ‘ଏକେ ଆୟାପ୍ପାନମ୍ କୋଶିୟମ’ ପାଇଁ)

ଶ୍ରେଷ୍ଠ ଗୀତିକାର: ମନୋଜ ମୁଣ୍ଟାଶିର (ସାଇନା) । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା: ବିଶାଲ ଭରଦ୍ୱାଜ (୧୨୩୨ କିଲୋମିଟର ପାଇଁ) ।ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ବିଜୁ ମେନନ୍ (ଆୟାପ୍ପାନମ୍ କୋଶିୟମ୍)  । ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରାମୌଲି (ଶିବାରଞ୍ଜିନିୟମ୍ ଇନମ୍ ସିଲା ପେଙ୍ଗାଲମ୍)  । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା (ଗୀତ) ଥମନ୍ ଏସ୍ (ଆଲା ବୈକୁଣ୍ଠପୁରମୁଲୁ) । ଶ୍ରେଷ୍ଠ ପ୍ରଚ୍ଛଦପଟ ସଂଗୀତ ନିର୍ଦ୍ଦେଶନା – ଜି.ଭି ପ୍ରକାଶ (ସୋରାରାଇ ପୋଟ୍ରୁ) ।

Leave A Reply

Your email address will not be published.