Latest Odisha News

BREAKING NEWS

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ: ଡିସେମ୍ବର ମାସରେ ୨୫୭୮.୦୫ କୋଟି ଆଦାୟ

ଭୁବନେଶ୍ବର: ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ କରିଛି। ୨୦୨୨ ମସିହା ଡିସେମ୍ବରରେ ଏହାର ପରିମାଣ ୧୫୧୫.୮୮ କୋଟି ଥିବା ବେଳେ ୨୦୨୩ ଡିସେମ୍ବରରେ ୨୫୭୮.୦୫ କୋଟି ଆଦାୟ କରିଛି।ଫଳରେ ଏ କ୍ଷେତ୍ରରେ ୭୦.୦୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ।

ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟ ଜିଏସଟି ସମନ୍ବିତ ଜିଏସଟି ଫଇସଲା ବାବଦକୁ ମୋଟ ୧୭୪୧୯.୬୧ କୋଟି ହୋଇଛି। ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶିର ପରିମାଣ ୧୩୨୩୫.୫୨ କୋଟି ଥିଲା । ଯାହା ଫଳରେ ଚଳିତ ଥର ୩୧.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ରାଜ୍ୟ ଜିଏସଟି / ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର, ପ୍ରବେଶ କର ଓ ବୃତ୍ତିଗତ କର ବାବଦକୁ ୨୦୨୩ ମସିହା ଡିସେମ୍ବର ମାସରେ ୩୬୬୫.୨୩ କୋଟି ସଂଗୃହୀତ ହୋଇଛି।୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୦.୮୬ କୋଟି ।ଏକ୍ଷେତ୍ରରେ ୪୫.୯୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ସେହିପରି ଡିସେମ୍ବର ସୁଦ୍ଧା ସମସ୍ତ ଟିକସ ଅଧୀନରେ ମୋଟ ସଂଗ୍ରହ ପରିମାଣ ୨୬୦୮୯.୮୪ କୋଟି ରହିଥିବାବେଳେ ୨୦୨୨ ମସିହା ଡିସେମ୍ବର ଅଭିବୃଦ୍ଧି ହାର ରହିଛି ୨୧.୬୮ ପ୍ରତିଶତ । ସେହିପରି ମୋଟ ଜିଏସଟି ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଡିସେମ୍ବର ମାସରେ ୪୩୫୧.୪୨ କୋଟି  ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ୩୮୫୪.୨୯ କୋଟି ସଂଗୃହୀତ ହୋଇଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛ ୧୨.୯୦ ପ୍ରତିଶତ ।

୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ମୋଟ ଜିଏସଟି ବାବଦକୁ ୩୯୫୩୯.୬୭ କୋଟି ସଂଗୃହୀତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏଥିରେ ୧୦.୦୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ଡିସେମ୍ବରରେ ୨୨.୪୯ ଲକ୍ଷ ଇ-ୱେବିଲ ନିର୍ଗମନ ହୋଇଥିବା ବେଳେ ଗତବର୍ଷ ଡିସେମ୍ବର ମାସରେ ଏହି ସଂଖ୍ୟା ୧୯.୬୬ ଲକ୍ଷ ଥିଲା । ଫଳରେ ଏ କ୍ଷେତ୍ରରେ ୧୪.୩୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥି ମଧ୍ୟରୁ ୧୩.୪୧ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଥିବାବେଳେ ୯.୦୭ ଲକ୍ଷ ଆନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଛି ।

 

Leave A Reply

Your email address will not be published.