Latest Odisha News

BREAKING NEWS

ଆସନ୍ତୁ ଜାଣିବା ପାଣି ତଳେ କେଉଁଠାରେ ରହିଛି ସବୁଠାରୁ ବଡ ବିନାଶକାରୀ ସ୍ଥାନ

ଟୋକିଓ: ଜାପାନର ସମୂଦ୍ରରେ ଚୁଉକ ଦ୍ୱୀପ ଏ ଭଳି ଏକ ସ୍ଥାନ ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଭିନ୍ନ କାରଣ ନେଇ ଆକୃଷ୍ଟ କରିଥାଏ । ତେବେ ଏହାର ପାଣି ତଳେ ସବୁଠାରୁ ବଡ ବିନାଶକାରୀ ସ୍ଥାନ ରହିଛି । ଯାହାକି ଇତିହାସର କେତେକ କରାଳ କାହାଣୀର ମୂକ ସାକ୍ଷୀ ସାଜିଛି । ଏଠାରେ ବଡ ବଡ ଜାହାଜର ଭଗ୍ନାବିଶେଷ, କଙ୍କାଳ, ବିମାନର ଅଂଶବିଶେଷ ଓ କେତେକ ଟ୍ରକ ମଧ୍ୟ ବୁଡି ରହିଛି । ଜାପାନର ନୌସେନାର ଜାହାଜ ଓ ଅନେକ ଯୁଦ୍ଧ ସାମଗ୍ରୀ ଏଠାରେ ପଡି ରହିଛି । ଅପରେଶନ ହେଲଷ୍ଟୋନ ସମୟରେ ବୁଡିଥିବା ଜାହାଜ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଭୟଙ୍କର ସୈନ୍ୟ ସଂଘର୍ଷ ଦେଖିବାକୁ ମିଳିଥିଲା ।

ଆମେରିକ। ଆକ୍ରମଣରେ ୨୫୦ ଜାନାନୀ ବିମାନ ନଷ୍ଟ ହୋଇଥିଲା । ୧୭୦୦୦ ଟନ ଇନ୍ଧନ ଓ ଅନେକ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଏ ସବୁ ସତ୍ୱେ ପାଣି ତଳେ ତଥ୍ୟ ସଂଗ୍ରହ କରୁଥିବା ଗବେଷକଙ୍କ ପାଇଁ ଏହା ଏବେ ବି ରୋମାଂଚପୂର୍ଣ୍ଣ ରହିଛି । ସ୍ଥାନୀୟ ସରକାରଙ୍କ ଉଦ୍ୟମ କ୍ରମେ ସମଗ୍ର ବର୍ଜ୍ୟବସ୍ତୁ ଗୋଟିଏ ସ୍ଥାନରେ ଠୁଳ କରି ରଖାଯାଉଛି ।

Leave A Reply

Your email address will not be published.