Latest Odisha News

BREAKING NEWS

୨୦୨୪ ରଥଯାତ୍ରା ପ୍ରସ୍ତୁତି: ଦଶପଲ୍ଲା ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଲା ରଥନିର୍ମାଣର ୩ ଜଣିଆ ଟିମ୍

ପୁରୀ: ଆଜି ଠାରୁ ୨୦୨୪ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀ ଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ଫୁଲ ମାଳ, ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିଛନ୍ତି ।

ଏହି ଟିମ୍ ରେ ରଥ ନିର୍ମାଣର ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି । ତେବେ ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ୫୩ ଖଣ୍ଡ କାଠ ପୂର୍ବବର୍ଷର ବଳକା ରହିଥିବା ବେଳେ ମୋଟ ୮୧୨ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି ।

Leave A Reply

Your email address will not be published.