ସମ୍ବଲପୁର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସମ୍ବଲପୁର କଳାପରିଷଦର ମିଳିତ ସହଯୋଗରେ ସମ୍ବଲପୁର ଠାରେ ଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବ ଓ କର୍ମଶାଳା ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଞ୍ଜିବ ମିତ୍ତଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ସମାରୋହର ପ୍ରଥମ ପର୍ଯ୍ୟାୟରେ ସୁଶ୍ରୀ ଲଷ୍ମୀପ୍ରିୟା ନାୟକ ,ଶ୍ରୀକ୍ଷେତ୍ର ସୁନ୍ଦର , ବିନୋଦ ବିହାରୀ ପଣ୍ଡା , ସୁଶ୍ରୀ ଆର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀ, ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଦ୍ବିତୀୟରେ ପରାଶକ୍ତି ଶୁଭଦ୍ରିକା ଏବଂ ସାଥି ଦଳଗତ ସଙ୍ଗୀତ ପରିବେଶଣ କରିଥିଲେ। ଶେଷ ପର୍ଯ୍ୟାୟରେ ଗୁରୁ ସ୍ବପନେଶ୍ୱର ଚକ୍ରବର୍ତ୍ତୀ ଏକକ ସୀତାର ବାଦନ ପ୍ରସ୍ତୁତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ସଂଯୋଜନା କରିଥିଲେ।
Comments are closed.