Latest Odisha News

BREAKING NEWS

ଆଜି ଭାରତ ବନ୍ଦ, ବାଣିଜ୍ୟିକ ବଜାର ଠପ୍

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(CAIT) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ୍ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଜିଏସ୍‌ଟି, ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।

ଭାରତ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ୪୦,୦୦୦ ବ୍ୟବସାୟୀ ସଂଘ ସହ ଜଡ଼ିତ ୮ କୋଟିରୁ ଅଧିକ ବ୍ୟବସାୟୀ ସମର୍ଥନ ଜଣାଇଛନ୍ତି । ସର୍ବଭାରତୀୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି, ଜିଏସ୍‌ଟି ଜଟିଳତା ଯୋଗୁ ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି ।

ଚାରିବର୍ଷ ମଧ୍ୟରେ ଜିଏସଟି ନିୟମ ୯୩୭ ଥର ସଂଶୋଧନ କରାଯିବା ଫଳରେ ଏହାର ମୂଳ ଢ଼ାଞ୍ଚା ବଦଳି ସାରିଛି । ବାରମ୍ବାର ଦାବି ସତ୍ତ୍ୱେ ଜିଏସଟି ପରିଷଦ ବ୍ୟବସାୟ ସଂଗଠନ ଉଠାଇଥିବା ପ୍ରସଙ୍ଗକୁ ଗ୍ରହଣ କରୁନାହାନ୍ତି । ଦାବି ପୂରଣ ପାଇଁ ଭାରତ ବାଣିଜ୍ୟ ବନ୍ଦ ଡାକରା ଦିଆଯାଇଛି ।

ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ ଦିଆଯାଇଛି । ବାଣିଜ୍ୟ ବନ୍ଦ ସମୟରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ଉପରେ କୌଣସି କଟକଣା କରାଯାଇ ନଥିବା ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା ସ୍ପଷ୍ଟ କରିଛନ୍ତି । ଓଡ଼ିଶାରେ ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବ ନାହିଁ ।

Leave A Reply

Your email address will not be published.