Latest Odisha News

ମୁଣ୍ଡଳୀ ବୋଟ୍ ବୁଡିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମର ଶରୀର  । ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ ବୋଟ୍‌ ବୁଡି ଘଟଣାରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଶେଷରେ ନିଖୋଜ ଓଡ୍ରାଫ୍‌ ଯବାନ ସୀତାରାମ ମୁର୍ମୁଙ୍କୁ ମର ଶରୀର ଉଦ୍ଧାର ହୋଇଛି । ଚୌଦ୍ବାର ଥାନା କଖଡି ମାହଳାପଡା ଘାଟ ନିକଟରୁ ମିଳିଛି ମୃତଦେହ । ୨ ଜଣ ଗାଁ ଲୋକ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।

BjdElectrycity

ଗତକାଲି ହାତୀ ଉଦ୍ଧାର ବେଳେ ବୋଟ୍‌ ବୁଡିଯାଇଥିଲା । ସେଥିରେ ଓଡ୍ରାଫ୍‌ କର୍ମଚାରୀଙ୍କ ସମେତ ୨ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ମିଶାଇ ମୋଟ ୭ ଜଣ ଥିଲେ । ଦୁର୍ଭାଗ୍ୟବଶତଃ ଓଟିଭିର ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା​‌ ବେଳେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ ଥିଲେ । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜଙ୍କ ମର ଶରୀର ଉଦ୍ଧାର କରାଯାଇଛି ।

ବୋଟ୍‌ଟି ଓଲଟି ପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନଥିଲା ।  ଗତକାଲିଠୁ ପ୍ରୟାସ ଜାରି ରହିଥିଲା । ଏଥିରେ ଏନ୍‌ଡିଆର୍‌ଏଫ୍‌ ବି ସାମିଲ ହୋଇଥିଲା ।

ସୀତାରାମ ଓଡ୍ରାଫ ଟିମ୍‌ର ଜଣେ ଦକ୍ଷ କର୍ମଚାରୀ ଥିଲେ। ବହୁ ରେସକ୍ୟୁ ଅପରେସନରେ ସାମିଲ ହୋଇ ସଫଳତା ପାଇଥିବା ସୀତାରାମ ପହଁରାରେ ପାରଙ୍ଗମ ଥିଲେ। ଏଥିନିମନ୍ତେ ସେ ବହୁ ଆୱାର୍ଡବି ହୋଇଥିଲେ।  ହେଲେ ଗତକାଲି ‘ଅପରେସନ ଗଜ ଉଦ୍ଧାର’ରେ ସାମିଲ ହୋଇଥିବା ସୀତାରାମଙ୍କ ପାଇଁ ଏହା ଥିଲା ଶେଷ ରେସକ୍ୟୁ ଅପରେସନ । ପାଣିର ପ୍ରଖର ସ୍ରୋତ ଆଗରେ ହାରିଯାଇ ସବୁ ଦିନ ପାଇଁ ଆଖି ବୁଜିଦେଲେ ସୀତାରାମ ।

ଓଡ଼୍ରାଫ୍ ବୋଟ୍ ଦୁର୍ଘଟଣାରେ ଯବାନ ସୀତାରମଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ମହଲରେ ଦୁଃଖ ପ୍ରକାଶ ପାଇଛି । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖପ୍ରକାଶ କରିବା ସହିତ ସୀତାରାମଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ଅନ୍ୟପକ୍ଷରେ ଓଡ୍ରାଫ୍‌ର ଆଉ ତିନି ଯବାନଙ୍କ ସହିତ ଓଟିଭି କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏବେ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.