Latest Odisha News

BREAKING NEWS

ନା ଉଚ୍ଛେଦ ଭୟ ନା ଜାଗା ଚିନ୍ତା..ଚାଲିଛି ଦୋକାନ

ଲକ୍ଷ୍ନୌ:କୌଣସି ଜିନିଷର ଜୁଗାଡ କରିବାରେ ଭାରତୀୟମାନେ ସବୁବେଳେ ଆଗରେ  । ଆଜିକାଲି ଲୋକଙ୍କର ଭିନ୍ନ ଭିନ୍ନ ଜୁଗାଡ ଆପଣ ମାନେ ସୋସିାଲ ମିଡିଆରେ ଦେଖୁଥିବେ । ଏହାକୁ ଦେଖିଲେ ମୁହଁରୁ ବାହାରି ଆସେ Amazing idea !

ଏମିତି ଏକ ଜୁଗାଡ ବିଷୟରେ ଆମେ ଆପଣଙ୍କୁ ଏଠି କହିବୁ । ଏ ବ୍ୟକ୍ତିଙ୍କର ଜୁଗାଡ ଦେଖିଲେ ଆପଣ  ବି ଆଶ୍ଟର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ  ଲକ୍ଷ୍ନୌ ସହରର ଏ ଦୃଶ୍ୟ । ଜଣେ ବ୍ୟକ୍ତି କାରର ଛାତରେ ହିଁ ଖୋଲିଛନ୍ତି ଦୋକାନ । ସେ ମାରୁତି ୮୦୦ର ଛାତକୁ କାଟି ତା ଉପରେ ଏକ ଛୋଟ ଦୋକାନଟିଏ କରିଛନ୍ତି ।

ଯାହାର ଫଟୋ ଫେସ୍ବୁକରୁ ଆରମ୍ଭ ହୋଇ ପ୍ରତିଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଫେସ୍ବୁକ ୟୁଜର ପ୍ରବୀଣ ଏହାର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ, ଭାରତୀୟ ଜୁଗାଡ- ନା ଉଚ୍ଛେଦର ଡର ନା ଜାଗାର ଚିନ୍ତା । ଏହି ଫଟୋକୁ ବହୁ ଲାଇକ୍ ମିଳିବା ସହିତ ଲୋକେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.