Latest Odisha News

BREAKING NEWS

ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ

କଟକ : ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ । ଏ ନେଇ ହାଇକୋର୍ଟଙ୍କ ପ୍ରଣୟନ ହୋଇଛି ସ୍ବତନ୍ତ୍ର ନିୟମାବଳୀ । ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଙ୍ଗସ ରୁଲ୍ସ-୨୦୨୧ ବଳରେ ଏହା କାର୍ଯ୍ୟକାରୀ ହେବ । ଅଗଷ୍ଟ ୨ ତାରିଖରୁ ଏହି ନୂତନ ନିୟମାବଳୀ କାର୍ଯ୍ୟକାରି ହେବ । ଫିଜିକାଲ ଓ ଭର୍ଚୁଆଲ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଓପନ କୋର୍ଟ ପ୍ରସଙ୍ଗ କାର୍ଯ୍ୟକାରୀକୁ ବ୍ୟାପକ କରିବାକୁ ଏହି ନିୟମାବଳୀ କରାଯାଇଛି ।

ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି ଓ କର୍ମଚାରୀ ଏହି ଲାଇଭ ଷ୍ଟ୍ରିମିଂ କରିବେ। ସିଧା ପ୍ରସାରଣ ସଂପର୍କିତ ୱେବ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ହେବ । ତେବେ ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧ, ପୋକ୍ସୋ ଆଇନ ଭଳି କେତେକ ସମ୍ବେଦନଶୀଳ ମାମଲାର ଶୁଣାଣି ସିଧା ପ୍ରସାରଣରୁ ବାଦ ଦିଆଯାଇଛି ।

Leave A Reply

Your email address will not be published.