Latest Odisha News

BREAKING NEWS

ନାଟ୍ୟକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କଟକସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ନାଟ୍ୟକାର ତଥା କଥାକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି ।

ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ଶଙ୍କର ତ୍ରିପାଠୀ ମୁଖ୍ୟଅତିଥି , ସୂର୍ଯ୍ୟ ଦେଓ ସମ୍ମାନିତ ଅତିଥି , ମାନସ ରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ।ସ୍ବର୍ଗତଃ ତ୍ରିପାଠୀ ଏକାଧାରରେ ଜଣେ ନାଟ୍ୟକାର, ସଂଳାପକାର, ଅଭିନେତା, ନିର୍ଦ୍ଦେଶକ ଭାବରେ ଅନେକ ଚଳଚ୍ଚିତ୍ର ତଥା ନାଟକରେ ତାଙ୍କ କଳାର ନିଖୁଣ ଛାପ ଛାଡ଼ିଯାଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ସଭାରେ ତରୁଣ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି , ବୁଦ୍ଧିଜୀବୀ ଏବଂ ନାଟ୍ୟପ୍ରେମୀ ଯୋଗଦେଇଥିଲେ ।

 

Leave A Reply

Your email address will not be published.