Latest Odisha News

BREAKING NEWS

ଓଡ଼ିଶାରେ ବାଲ୍ୟ ବିବାହ ବିରୋଧରେ ଲଢ଼େଇ : ଆମର ଶିକ୍ଷଣ ଓ ପଥ ପ୍ରଦର୍ଶନ

ଲତିକା ପ୍ରଧାନ 

ପ୍ରତିବର୍ଷ ୫୨୦.୫ ପ୍ରତିଶତ ବାଳିକା ଏବଂ ୧୩ ପ୍ରତିଶତ ବାଳକ ଓଡ଼ିଶାରେ ଆଇନଗତ ବୟସ ପୂର୍ବରୁ ବିବାହ କରଥାନ୍ତି । ଯଦିଓ ରାଜ୍ୟର ହାରାହାରି ଶିଶୁ, ବିବାହ ରିପୋର୍ଟ ତୁଳନାରେ କମ୍ ଅଛି, ତଥାପି ଓଡ଼ିଶାରେ ୧୨ଟି ଜିଲ୍ଲା ଅଛି, ଯାହା ମୁଖ୍ୟତଃ ଜାତୀୟ ହାରଠାରୁ ଅଧିକ ଆଦିବାସୀ ଜନସଂଖ୍ୟାକୁ ନେଇ ଗଠିତ । ୨୦୧୯ ରୁ ୨୦୨୪ ସୁଦ୍ଧା ୫୦% ହ୍ରାସ ଏବଂ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ବିଲୋପ ହେବାର ଲକ୍ଷ୍ୟ ନେଇ ବାଲ୍ୟ ବିବାହକୁ ଶେଷ କରିବା ପାଇଁ ରାଜ୍ୟ ଏକ ରଣନୀତିକ କାର୍ଯ୍ୟ ଯୋଜନା ଗ୍ରହଣ କରିଛି ।

ପଏନ୍ଟ ଅଫ୍ ଇନ୍ଟେଭେନ୍ଟେସନ୍ :-

ମହାମାରୀର ପ୍ରଥମ ତରଙ୍ଗରେ ୧୦ କୋଟିରୁ ଅଧିକ ଲୋକ ଦାରିଦ୍ୟତାର ସମ୍ମୁଖୀନ ହୋଇଥିବା ବେଳେ ବିଶେଷତଃ ଭାବରେ ବାଲ୍ୟ ବିବାହରେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଦ୍ୱିତୀୟ ଲହର ସମୟରେ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ବାଲ୍ୟ ବିବାହର ସମାପ୍ତ କରିବା ପାଇଁ ଜିଲ୍ଲା ଟାସ୍କଫୋର୍ସ ଗଠନ କରି ଏହି ପୁରୁଣା ପରମ୍ପରାକୁ ବିଫଳ କରିବା ପାଇଁ ଅଧିକାରୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସହ ଜଡିତ ହୋଇଥିଲେ । ନିଯୁକ୍ତି ଟାସ୍କଫୋର୍ସଗୁଡ଼ିକ ହେଲା ପଞ୍ଚାୟତ, ଅନ୍ୟାନ୍ୟ ବିଭାଗ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଏନ୍‌ଜିଓ ସହିତ ସମନ୍ୱୟ ରକ୍ଷା କରି ଏହା ଉପରେ ରିପୋର୍ଟ କରିବା ସହିତ ବୈଠକ ଏବଂ ପରାମର୍ଶ ସହିତ ସମ୍ପ୍ରଦାୟକୁ ସମ୍ବେଦନଶୀଳ କରି ହସ୍ତକ୍ଷେପ କରିବ । ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟର ଝିଅମାନଙ୍କର ବାଲ୍ୟ ବିବାହ ପ୍ରାୟତଃ ଘରୋଇ ଆର୍ଥିକ ଦାୟିତ୍ୱ ଏବଂ ପରିବାର ସଦସ୍ୟ ସଂଖ୍ୟା ହ୍ରାସ କରିବା ନିମନ୍ତେ କରାଯାଏ । ତେଣୁ ଓଡ଼ିଶାର ଆଦିବାସୀ ଜିଲ୍ଲାର ଅନେକ ପରିବାର ଯେଉଁମାନେ ଅନ୍ୟ ରାଜ୍ୟରେ କାମ କରନ୍ତି ସେମାନେ ଏହି ପରିପ୍ରେକ୍ଷୀରେ ପ୍ରେମ ବିବାହ, ଆନ୍ତର୍ଜାତିକ ବିବାହକୁ ବନ୍ଦ କରିବା ପାଇଁ ପରିବାରରେ ନାବାଳକ ଏବଂ ନାବାଳିକାମାନଙ୍କୁ ବିବାହ କରିଦିଅନ୍ତି । ଏହା ବିଶେଷ କରି ବାଳିକାମାନଙ୍କ ମଧ୍ୟରେ ହୋଇଥାଏ । ମହାମାରୀ ସମୟରେ ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାର ଏକ ଜରୁରୀ ଆବଶ୍ୟକତା ଅଛି ଯାହା କି ଯୁବତୀମାନଙ୍କ ପାଇଁ ପରିସ୍ଥିତିକୁ ସୁଧାରି ହେବ ।

ଗଞ୍ଜାମ ମଡେଲ

ଓଡ଼ିଶାର ଗଞ୍ଜାମ ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହ ବିରୋଧରେ ଏକ ପ୍ରଗତିଶୀଳ ଅଭିଯାନ ସଫଳତାର ସହିତ ଆରମ୍ଭ କରିଛନ୍ତି । ‘ନୀର୍ଭୟ କଢି’ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ୨୦୨୦ ମସିହାରୁ ୪୫୦ ବାଲ୍ୟ ବିବାହ ବନ୍ଦ କରାଇବା ସହିତ ଅର୍ଥନୈତିକ ଚାପ, ସାମାଜିକ-ସାଂସ୍କୃତିକ ଚାପ, ଅଜ୍ଞତା କିମ୍ବା ଭୁଲ ସୂଚନା ଏବଂ ମହିଳା ସଶକ୍ତିକରଣର ଅଭାବ ପରିମୂଳ କାରଣକୁ ଲକ୍ଷ୍ୟ କରି ସାମାଜିକ ଆଚରଣକୁ ସକରାତ୍ମକ ଭାବରେ ମଧ୍ୟ ପ୍ରଭାବିତ କରିଥିଲେ । ଏହି ଅଭିଯାନରେ ଦୁଇବର୍ଷ ମଧ୍ୟରେ ୧୨-୧୮ ବର୍ଷ ବାଳିକାମାନଙ୍କ ସ୍କୁଲରୁ ବାହାରି ୫ ଦିନରୁ ଅଧିକ ସମୟ ପାଇଁ ଅନୁପସ୍ଥିତିକୁ ଧ୍ୟାନରେ ରଖି ଏହି ପରି ପଦକ୍ଷେପ ଗ୍ରହଣ କରାଯାଇଛି । ଶିକ୍ଷକ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ସହିତ ନେଟୱର୍କ, ଛାତ୍ର, ଅଭିଭାବକ ଏବଂ କମ୍ୟୁନିଟିର ସଦସ୍ୟମାନଙ୍କୁ ନିୟମିତ ପରାମର୍ଶ ଦେବା, ବିବାହ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ଏବଂ ଶିଶୁ ବିବାହ ସମ୍ପର୍କରେ ସୁଚନା ପ୍ରଦାନ କରିବା ପାଇଁ ପ୍ରୋତ୍ସାହନ ରାଶି ସ୍ୱରୂପ ୫୦,୦୦୦ ଟଙ୍କା ରଖାଯାଇଛି । ଏହି ପ୍ରୟାସକୁ ସାରା ରାଜ୍ୟରେ ସଫଳତା ପାଇଁ ବହୁ ପ୍ରଶଂସା ମିଳିଛି । ତଥାପି ଦୁର୍ଗମ ଅଞ୍ଚଳରେ ଏହାର ବିସ୍ତାର ଅତ୍ୟନ୍ତ ଜରୁରୀ । ଏହି ଜିଲ୍ଲାକୁ ଓଡ଼ିଶାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଏନ୍‌ଆଇଟିଆଇ ଆୟୋଗ ଦ୍ୱାରା ଏହାକୁ ପ୍ରଶଂସା କରାଯିବା ସହିତ ଏସ୍‌କେଓସିଏଚ୍ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ନୁଡ୍ ଆପ୍ରୋଚ୍‌

ରାଜ୍ୟ ଶିକ୍ଷାମନ୍ତ୍ରାଳୟ, ଦକ୍ଷତା ବିକାଶ ଆଇନ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଏସ୍‌ସି-ଏସ୍‌ଟି ମନ୍ତ୍ରାଳୟ, ଗୃହ, ପଞ୍ଚାୟତିରାଜ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଏକତ୍ରୀତ ହୋଇ ବାଲ୍ୟ ବିବାହକୁ ଦୂର କରିବା ପାଇଁ ରାଜ୍ୟ ବହୁମୁଖୀ ରଣନୀତି ପ୍ରସ୍ତୁତ କରିଛି । ଅର୍ଥନୀତିର ଅଭିବୃଦ୍ଧି, ଆଇନଗତ ଅଭିଭାବକ, ସୂଚନା ଅଭିଯାନ ଏବଂ ଜନଶିକ୍ଷାରେ ଏହି ହସ୍ତକ୍ଷେପଗୁଡ଼ିକ ଉପଶ୍ରେଣୀଭୁକ୍ତ କରାଯାଇପାରେ । ୧୬-୧୮ ବର୍ଷ ବୟସର ବାଳିକାମାନଙ୍କୁ ଧନ୍ଦାମୂଳକ ତାଲିମ ପାଇଁ ବଛାଯାଇଛି ତେଣୁ ଅଭିଭାବକମାନେ ସେମାନଙ୍କ ଚାକିରୀ ଆଶାରେ ସେମାନଙ୍କୁ ବିଦ୍ୟାଳୟ ପଠାଇବାର ସମ୍ଭାବନା ଅଧିକ । ଝିଅମାନଙ୍କ ଅବିରତ ଶିକ୍ଷାକୁ ବିରୋଧ କରୁଥିବା ପରିବାରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯାଉଛି । ବାଲ୍ୟବିବାହରୁ ଉଦ୍ଧାର ହୋଇଥିବା ବାଳିକାମାନଙ୍କ ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଆବାସିକ ବିଦ୍ୟାଳୟ, ଧନ୍ଦାମୂଳକ ତାଲିମ କେନ୍ଦ୍ର, ଆଇଟିଆଇ ଏବଂ ପଲିଟେକ୍ନିକ୍‌ରେ ନାମ ଲେଖାଯାଇଛି । ଆଦିବାସୀ ଅଞ୍ଚଳ ବାଳିକାମାନଙ୍କୁ ସ୍ଥାନୀୟ ପ୍ରଭାବଶାଳୀ ଲୋକ ଅଥବା ସମ୍ପ୍ରଦାୟର ମୁଖ୍ୟମାନେ ଶିଖିତ କରାଇବେ । ବାଲ୍ୟ ବିବାହ ସମ୍ବନ୍ଧୀୟ ନିୟମ ଏବଂ ବ୍ୟବସ୍ଥା ଅଷ୍ଟମଶ୍ରେଣୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଅନ୍ୟ ପ୍ରକାରେ ମନ୍ଦିରର କର୍ତୁପକ୍ଷ ବୟସ ସମ୍ବନ୍ଧୀୟ କାଗଜପତ୍ରଞ୍ଚକରିବା ଜରୁୁରୀ । ବାଲ୍ୟ ବିବାହକୁ ନା କରିବା ନେଇ ସଚେତନତା ବୋର୍ଡ ମନ୍ଦିରରେ ରଖିବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶାରେ ୟୁନିସେଫ୍ ଏବଂ ୟୁଏନ୍‌ଏଫ୍‌ପିଏ ସହଯୋଗରେ ମହିଳା ଏବଂ ଶିଶୁବିକାଶ ବିଭାଗ ସୋସିଆଲ କ୍ୟାପିଟାଲ ସୃଷ୍ଟି ନିମନ୍ତେ ‘ଆଦଭିକା’ ପ୍ରୋଗ୍ରାମ ଅଧିନରେ ନୂତନ ଉପାୟ ଅବଲମ୍ବନ କରିଛି– ଯେଉଁଠାରେ କିଶୋର ବାଳିକା ଏବଂ ବାଳକମାନଙ୍କୁ ସ୍ୱାସ୍ଥ୍ୟ ଓ କିଶୋର ଆଚରଣ, ଆଇନ, ପଲିସି ଏବଂ ଯୋଜନା, ଜୀବନ ଶୈଳୀ ଆଦି ବିଷୟରେ ସୂଚନା, ଜ୍ଞାନ, ଏବଂ ଦକ୍ଷତା ପ୍ରଦାନ ପାଇଁ ଝିଅମାନଙ୍କ ମଧ୍ୟରେ ସଖି-ସହେଲି ଓ ପୁଅମାନଙ୍କ ମଧ୍ୟରେ ସଖା-ବନ୍ଧୁବେଶ ଆଦରଣୀୟ । ଜୀବନ ଶୈଳୀ, ଶିଶୁ ଅଧିକାର, ଯୌନ ଏବଂ ପ୍ରଜନନ ସମ୍ବନ୍ଧୀୟ ସୂଚନା ସହିତ ଦୁଃସାମାଜିକ ଲୋକଙ୍କ ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ କରାଯାଏ । ସିଧାସଳଖ ଓକିଲାତି ଏବଂ ହସ୍ତକ୍ଷେପ ମାଧ୍ୟମରେ ୧୫ଟି ଜିଲ୍ଲାରେ ୟୁନିସେଫ୍ ସହଭାଗୀ ସଂଗଠନ ଆକ୍ସନଏଡ୍ ଏବଂ ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟ ସହିତ ଜଡ଼ିତ ହୋଇ ଅନେକ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଏକ ନୂତନ ପରମ୍ପରା ଆରମ୍ଭ କରିଛି । ଏହି ଟ୍ରେଣ୍ଡ୍ ସରକାର ନେଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ କହିଛି । ନିର୍ଦ୍ଦିଷ୍ଟ ପଦକ୍ଷେପ ବା ଆଚରଣକୁ ଚ୍ୟାଲେଞ୍ଜ କରିବା ପାଇଁ ଏହି ପଦକ୍ଷେପ ଗୁଡିକ ମଧ୍ୟରୁ ଅଧିକାଂଶ ସହନଶୀଳତାକୁ ବାଦ ଦେଇପାରେ ।

ଆଗକୁ ଯିବାର ରାସ୍ତା ଶିଶୁ ଅଧିକାରର ସୁରକ୍ଷା ପାଇଁ ଓଡିଶା ରାଜ୍ୟ ଆୟୋଗ ବିଭିନ୍ନ ରାଜ୍ୟ ତଥା ଅଣ ରାଜ୍ୟ ହିତାଧିକାରୀଙ୍କ ସହ ‘ବାଲ୍ୟ ବିବାହକୁ ନା’ କହିବା ଅଭିଯାନର ନେତୃତ୍ୱ ନେଇଛି । ଶିଶୁମାନଙ୍କ ଅଭିଯୋଗକୁ ତ୍ୱରାନ୍ୱିତ କରିବା ସହ ଏହାକୁ ବିବାହ ମୁକ୍ତ ଘୋଷଣା କରିବା ପାଇଁ ପ୍ରତ୍ୟେକ ମାସରେ ‘ଶିଶୁମାନଙ୍କ ପାଇଁ ଏକ ଦିନ’ ଏଏମ୍‌ଏଲ୍‌ଏଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଏ । ବାଲ୍ୟ ବିବାହ ଆକ୍ଟ ୨୦୦୬ ଏବଂ ଜୁଭେନାଇଲ୍ ଜଷ୍ଟିସ୍ କେୟାର ଆଣ୍ଡପ୍ରୋଟେକ୍ସନ୍ ଆକ୍ଟ ଭଳି ନିୟମଗୁଡିକୁ କମିଶନ ତୀକ୍ଷ୍ଣ ନଜର ରଖିଛି । ପୋଲିସଫୋର୍ସର ସମ୍ବେଦନଶୀଳତା କେବଳ ଆଇନଗତ ନୁହେଁ ବରଂ ସାମାଜିକ ତଥା ଆଚରଣଗତ ହସ୍ତକ୍ଷେପ । ଏହି ରଣନୀତିରେ ସରକାର ଏବଂ ସମସ୍ତ ସହଭାଗୀ ଏଜେନ୍ସିମାନେ ସମାଜ ପାଇଁ ପ୍ରତିକ୍ରିୟାଶୀଳ ହେବା ସହିତ ଶିଶୁ ଅଧିକାରର ସୁରକ୍ଷା ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ।

ବିଧାୟିକା, କବିସୂର୍ଯ୍ୟ ନଗର

Leave A Reply

Your email address will not be published.