Latest Odisha News

BREAKING NEWS

ପ୍ଲେସ୍‌ମେଣ୍ଟ ଓ କ୍ୟାମ୍ପସ୍ ଦିଗରେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କିଟକୁ ଏସିଆ ଏଜୁକେସନ୍ ୨୦୨୨ ପୁରସ୍କାର

ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟର ଦେଶବ୍ୟାପୀ ସୁନାମ ରହିଛି

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ କିଟ ପ୍ରତିନିଧି ସସ୍ମିତା ରାଉତ କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲଟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ‘ବେଷ୍ଟ ୟୁନିଭରସିଟି ଉଇଥ ଏକସେଲେଣ୍ଟ ପ୍ଲେସମେଣ୍ଟ ଆଣ୍ଡ କ୍ୟାମ୍ପସ୍ ଇନ୍ ଇଣ୍ଡିଆ’ବର୍ଗରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟର ଦେଶବ୍ୟାପୀ ସୁନାମ ରହିଛି। ଆରମ୍ଭରୁ କିଟ୍ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସିଛି ଓ ଏହା ସହ କିଟର ଛାତ୍ରଛାତ୍ରୀମାନେ ଯେଭଳି ଉପଯୁକ୍ତି ଶୈକ୍ଷିକ ପରିବେଶରେ ପଢିବେ ଏବଂ ଭଲ ପ୍ଲେସମେଣ୍ଟ ପାଇବେ ସେଥିପାଇଁ କିଟ୍ ସଦାସର୍ବଦା ଯତ୍ନବାନ ରହିଆସିଛି। ଏହାକୁ ଭିତ୍ତିକରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସୁନ୍ଦର କ୍ୟାମ୍ପସ୍ ଓ ଶ୍ରେଷ୍ଠ ପ୍ଲେସମେଣ୍ଟ ପାଇଁ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପ୍ରତିବର୍ଷ ବିଭିନ୍ନ ଗବେଷଣା ଓ ଆନାଲିସିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଥିବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରିଥାନ୍ତି। ଏହି ପୁରସ୍କାର ପାଇଁ କିଟକୁ ମନୋନୀତ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏସିଆ ଟୁଡେକୁ ଧନ୍ୟବାଦ ଜଣାଇବା ସହ କିଟର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।

 

Leave A Reply

Your email address will not be published.