Latest Odisha News

BREAKING NEWS

ମାସକରେ ୧୨ ଥର ବଢ଼ିଲାଣି ତୈଳଦର, ରାଜ୍ୟରେ ୯୫ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲରେ ଲାଗିଛି ନିଆଁ । ନିୟମିତ ବ୍ୟବଧାନରେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିଥିବା ବେଳେ ଡିଜେଲି ୩୨ ପଇସା ଲିଟର ପିଛା ବଢ଼ିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦାମ ୯୫ ଟଙ୍କା ୨୫ ପଇସା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୯୧ ଟଙ୍କା ୯୮ ପଇସା ରହିଛି ।

କେବଳେ ମାଲକାନଗିରି ନୁହେଁ ରାଜ୍ୟର ପ୍ରାୟ ୨୦ରୁ ଅଧିକ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ରହିଛି । ମାଲକାନଗିରି ଭଳି କୋରାପୁଟ ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦର ୯୪ ଟଙ୍କା ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ୯୦ ଟଙ୍କା ପାର୍ କରିଛି ପେଟ୍ରୋଲ । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୬୦ ପଇସା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୮୭ ଟଙ୍କା ୪୮ ପଇସା ରହିଛି ।

 

Leave A Reply

Your email address will not be published.