Latest Odisha News

ଗୋରୁଭର୍ତ୍ତି ଟ୍ରକ୍ ଓଲଟି ୩ ଜଣଙ୍କ ସମତେ ୪୦ ଗାଈ ମୃତ

ଜଳେଶ୍ୱର: ଗୋ-ଚାଲାଣ ବେଳେ ଦୁର୍ଘଟଣା । ଚାଲିଗଲା ଜୀବନ । ଜଳେଶ୍ୱର ଜାତୀୟ ରାଜପଥ-୬୦ର ବସ୍ତା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗାଈଙ୍କ ଜୀବନ ଯାଇଛି । ଗୋରଭର୍ତ୍ତି ଟ୍ରକଟି ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ଗୋରୁ ଟ୍ରକରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଚାପି ହୋଇ ୪୦ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଟ୍ରକରେ ୧୦୦ରୁ ଊର୍ଦ୍ଧ୍ୱ ଗାଈଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାରି ରଖିଛନ୍ତି ।

Leave A Reply

Your email address will not be published.