Latest Odisha News

BREAKING NEWS

ପାରାଦୀପରେ ତୈଳବାହୀ ଜାହାଜ ଗିରଫ

ପାରାଦୀପ: ପାରାଦୀପରେ ତୈଳବାହୀ ଜାହାଜ ଗିରଫ। ‘ଏମଟି ୟୁନିଟ୍’ ଜାହାଜକୁ ଆରେଷ୍ଟ କଲେ ମାର୍ଶଲ୍। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁଜଙ୍ଗର ଜଣେ ବିଚାରପତି ମାର୍ଶାଲ୍ ଭାବେ ସ୍ବତନ୍ତ୍ର କ୍ଷମତା ବଳରେ ଆରେଷ୍ଟ କଲେ ଜାହାଜକୁ। ୪ କୋଟିରୁ ଉର୍ଦ୍ଧ୍ବ ବକେୟା ଟଙ୍କା ଦାବିରେ “ଟ୍ରେଷ୍ଟା ଇଣ୍ଟରନ୍ୟାଶନାଲ FZE” ନାମକ UAE ର ଏକ ଇନ୍ଧନ ଯୋଗାଣକାରୀ କମ୍ପାନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

ଆଇଓସିଏଲ ପାଇଁ ଋଷ୍ ରୁ ଅଶୋଧିତ ତୈଳ ଆଣି ଗତ ୯ ତାରିଖରେ ପାରାଦୀପ ଆସିଥିଲା ଜାହାଜ। ଗତ ଜାନୁଆରୀରେ ଜାହାଜରେ ବଙ୍କର ଅଏଲ୍ ପକାଇବା ପରେ କିଛି ଟଙ୍କା ବାକି ରହିଯାଇଥିଲା ବୋଲି ଉକ୍ତ କମ୍ପାନୀ ଅଭିଯୋଗ କରିଛି। ସେହି ବାକି ଟଙ୍କା ପାଇବା ପର୍ଯ୍ୟନ୍ତ ପାରାଦୀପରେ ଜାହାଜକୁ ଅଟକାଇ ରଖିବା ପାଇଁ ସେ କୋର୍ଟରେ ମାମଲା ଦାଏର କରିଛନ୍ତି। ତେବେ ଜାହାଜ ପାରାଦୀପ ବନ୍ଦର SPM ରେ ତୈଳ ଖଲାସ କରିସାରିଥିବା ଜଣାପଡ଼ିଛି। ମାତ୍ର ଗିରଫ ହୋଇଥିବାରୁ ପାରାଦୀପ ସମୁଦ୍ରରେ ଅଟକି ରହିଛି। ଏନେଇ କହାରି ପ୍ରତିକ୍ରିୟା ମିଳିପାରିନି।

Comments are closed.