Latest Odisha News

BREAKING NEWS

ବଢ଼ିଲା OJEE ଆବେଦନ ସମୟସୀମା, ଆଉ ୫ ସହରରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ବଢ଼ିଲା ଅନଲାଇନ ଆବେଦନର ଡେଡଲାଇନ୍ । ଜୁଲାଇ ୩୧ ତାରିଖ ଯାଏଁ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାସହ ଆଉ ୫ଟି ସହରରେ ପ୍ରବେଶିକା ପରୀକ୍ଷା କରିବାକୁ ଘୋଷଣା ହୋଇଛି ।

ପ୍ରବେଶିକା ପରୀକ୍ଷା ହେବାକୁ ଥିବା ୫ଟି ସହରରେ ହେଲା ଅନୁଗୋଳ, ବାରିପଦା, ବରଗଡ଼, ଜୟପୁର ଓ କେନ୍ଦୁଝର । ଏଣିକି ମୋଟ ୧୫ ଟି ସହରରେ ଛାତ୍ରଛାତ୍ରୀମାନେ ଓଜେଇଇ ପାଇଁ ସେଣ୍ଟର ଚଏସ କରି ପାରିବେ । ଜୁଲାଇ ୩୧ ପର୍ଯ୍ୟନ୍ତ ନିଜ ପସନ୍ଦର ସହରକୁ ବାଛି ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୫ ତାରିଖ ଫି ଦେୟର ଶେଷ ତାରିଖ ।

ପୂର୍ବରୁ ଯେଉଁମାନେ ଆବେଦନ କରି ସାରିଥିବେ ଏବେ ସେମାନେ ଅନଲାଇନରେ ପରୀକ୍ଷା ସେଣ୍ଟର ବଦଳାଇ ପାରିବେ । ପୂର୍ବରୁ ଓଜେଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ଥିଲା ଜୁଲାଇ ୨୫ । ଜୁଲାଇ ୩୧ ଥିଲା ଫି ଡିପୋଜିଟର ଶେଷ ତାରିଖ ।

Leave A Reply

Your email address will not be published.