Latest Odisha News

ବଜାରକୁ ଆସିଲା ଓଲାର ପ୍ରଥମ ଇଲେକଟ୍ରିକ ବାଇକ୍‌; ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ: ଓଲା ଭାରତୀୟ ବଜାରରେ ଇଲେକଟ୍ରିକ୍‌ ବାଇକ୍‌ ଓଲା ରୋଡଷ୍ଟାର( Roadster) ଲଞ୍ଚ କରିଛି, ଏହା ହେଉଛି କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍ ମଟରସାଇକେଲ । ଓଲା ବଜାରରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ର ତିନୋଟି ମଡେଲ୍ ଲଞ୍ଚ କରିଛି । ଏହି ପ୍ରଥମ ସିରିଜରେ ରୋଡଷ୍ଟର ଏକ୍ସ, ରୋଡଷ୍ଟର ଏବଂ ରୋଡଷ୍ଟର ପ୍ରୋ ଅନ୍ତର୍ଭୁକ୍ତ । ଏଥିରେ ରୋଡଷ୍ଟର ଏକ୍ସ ର ଏକ୍ସ-ସୋରୁମ୍ ମୂଲ୍ୟ ୭୪,୯୯୯ ଟଙ୍କା ରହିଥିବାବେଳେ ରୋଡଷ୍ଟାରର ମୂଲ୍ୟ ୧,୦୪,୯୯୯ ଟଙ୍କା ଏବଂ ରୋଡଷ୍ଟର ପ୍ରୋ ର ଏକ୍ସ ଶୋ’ରୁମ ମୂଲ୍ୟ ୧,୯୯,୯୯୯ ଟଙ୍କା ରଖାଯାଇଛି।

ରୋଡଷ୍ଟର ଏକ୍ସ ତିନି ବ୍ୟାଟେରୀ ପ୍ୟାକ ୨.୫kWh, ୩.୫kWh ଏବଂ୪.୫kWhରେ ଆସେ । ରୋଡଷ୍ଟର ଏକ୍ସ ଏବଂ ରୋଡଷ୍ଟାରର ଲୁକ୍ ଏବଂ ଡିଜାଇନ୍ ପ୍ରାୟତଃ ସମାନ ରହଛି । ରୋଡଷ୍ଟାର ଏକ୍ସ ଟପ୍ ମଡେଲ୍ ୪.୫kWh ମଡେଲରେ ସିଙ୍ଗଲ ଚାର୍ଜରେ ୨00 କିଲୋମିଟର ରେଞ୍ଜ ଦେଇଥାଏ । ଏହି ମଡେଲର ଟପ୍ ସ୍ପିଡ ହେଉଛି ଘଣ୍ଟା ପ୍ରତି ୧୨୪ କିଲୋମିଟର  ।

https://x.com/OlaElectric/status/1886990941560693153

ଓଲା ଇଲେକଟ୍ରିକ୍‌ ବାଇକ୍‌ ରୋଡଷ୍ଟାର ଏକ୍ସର ଡିଜାଇନ ବେଶ ଆକର୍ଷିତ ଥିବା ବେଳେ ଅତ୍ୟାଧୁନିକ ଲୁକ୍‌ ସହ ଆସିଛି । ଯାହା ଯୁବବର୍ଗଙ୍କୁ ବେଶ ଆକୃଷ୍ଟ ହେବେ । ଏଥିରେ ଏକ ଇଣ୍ଟିଗ୍ରେଟେଡ୍ DRL ସହିତ ଏକ ହାଲୁକା ଆୟତାକାର ଏଲଇଡି ହେଡଲ୍ୟାମ୍ପ କ୍ଲଷ୍ଟର, ଏକ ଫ୍ଲାଟ ସିଙ୍ଗଲ୍ ସିଟ୍ ଏବଂ ଗୋଟିଏ ପିଲିଅନ୍ ଗ୍ରାବ ରେଲ୍‌ ରହିଛି । ଏଥିରେ ୪.୩ ଇଞ୍ଚ LCD ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, LED ହେଡଲାଇଟ୍‌, ଟେଲ୍‌ଲାଇଟ୍‌, ଟର୍ଣ୍ଣ ଇଣ୍ଟିକେଟର୍‌, ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ (Ola Mpas), ରିଭର୍ସ ମୋଡ୍‌, କ୍ରୁଜ କଣ୍ଟ୍ରୋଲ୍‌, ଡିଜିଟାଲ କି, DIY ମୋଡ୍‌, OTA ଅପଡେଟ୍‌ ରହିଛି । ସୁରକ୍ଷା ଫିଚରରେ କହିବାକୁ ଗଲେ ଏଥିରେ ଟାୟାର ପ୍ରେସର ମନିଟର୍‌, ଜିଓ ଟାଇମ ଫେନ୍ସିଂ, ଚୋରି ଡିଟେକ୍ସନ, ଇମରଜେନ୍ସି SOS ଓ find your vehicle ସାମିଲ ଅଛି ।

ଏହି ବାଇକ୍ କୁ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ ବୁକ୍ କରାଯାଇପାରିବ ।

 

Comments are closed.