ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ‘ସ୍ବାଧୀନତାର ଉଚ୍ଛ୍ବାସ’ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେଉଛି। ବସ୍ତିର ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବାକୁ ମହାନଗର ନିଗମ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ମଙ୍ଗଳବାର ୩୨ ନମ୍ବର ୱାର୍ଡର କମାପଲ୍ଲୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ନେଇ ଝୋଟି, ସଂଗୀତ, ନୃତ୍ୟ, ତର୍କ, ମ୍ୟୁଜିକାଲ୍ ଚେୟର ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ତେବେ ମ୍ୟୁଜିକାଲ ଚେୟାର୍ ପ୍ରତିଯୋଗିତାର ବିଜୟୀଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଲାଗି ରହିଛି। ଏହାର କାରଣ ହେଲା ପ୍ରତିଯୋଗିତାର ବିଜୟୀ କୌଣସି ଯୁବକ କି ଯୁବତୀ ନୁହଁନ୍ତି, ବରଂ ଜଣେ ବୃଦ୍ଧା। ସେ ହେଲେ ୫୩ ବର୍ଷୀୟା ଶାନ୍ତି ନାୟକ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା, ଶାନ୍ତି ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତାରେ ନିଜର ତିନି ବର୍ଷର ନାତିଙ୍କୁ ନେଇ ଭାଗନେଇଥିଲେ । ଖେଳିବା ସମୟରେ ନାତିଙ୍କୁ ନିଜ କୋଳରେ ଧରିଥିଲେ । ତଥାପି ଅଳ୍ପ ବୟସର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏଭଳି ଉତ୍ସାହକୁ ୩୨ ନମ୍ବର ୱାର୍ଡର କର୍ପୋରେଟର ସୁରେନ୍ଦ୍ର ମହାରଣା ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ। ମହାନଗର ନିଗମର ଗୋଷ୍ଠୀ ସଂଯୋଜିକା(ସିଓ)ସୁମନରାଣୀ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଞ୍ଚଳବାସୀ ଭାଗନେଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେବା ଲକ୍ଷ୍ୟ ନେଇ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସହରର ସମସ୍ତ ବସ୍ତିରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୋମବାର ମହାନଗର ନିଗମର ୨୫ ନମ୍ବର ୱାର୍ଡର ବିଜିପୁର କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ‘ଜାଗା ମିଶନ’ରେ ବସ୍ତିଗୁଡ଼ିକରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ରାସ୍ତାର ଠାରୁ ଆଲୋକ ପର୍ଯ୍ୟନ୍ତ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ବସ୍ତିଗୁଡ଼ିକରେ ଏଭଳି ପ୍ରତିଯୋଗିତା ଆୟୋଜନ ଫଳରେ ଅନେକ ଲୁକ୍କାୟୀତ ପ୍ରତିଭା ଲୋକଲୋଚନକୁ ଆସିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କହିଥିଲେ ଯେ, ସ୍ଥାନୀୟ ପ୍ରତିଭାବାନ ପୁଅ ଝିଅଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହେବ। ବସ୍ତିଗୁଡ଼ିକର ଉନ୍ନୟନ ପାଇଁ ଆଗାମୀ ଦିନରେ ମଧ୍ୟ ‘ଜାଗା ମିଶନ’ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ।
BREAKING NEWS
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
- ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍ର ଅଂଶଗ୍ରହଣ;ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

Comments are closed.