Latest Odisha News

BREAKING NEWS

ମନ୍ଦିର ସାମ୍ନାରୁ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ: ମନ୍ଦିର ନିକଟରୁ ବ୍ରାଉନସୁଗାର ଜବତ । ନିମାପଡ଼ା ଥାନା ଦିଗାଳ ଛକ ନୀଳକଣ୍ଠେଶ୍ୱର ମନ୍ଦିର ସାମ୍ନାରୁ ବ୍ରାଉନସୁଗାର ଜବତ ହୋଇଛି । ରେଡ୍ ବେଳେ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁରୀ ଅବକାରୀ ବିଭାଗ । ମାମଲାରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରାଯାଇଛି ।

ଏନେଇ ନିମାପଡ଼ା ଅବକାରୀ ଥାନାରେଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଲେ ଜାମିନ୍ ନା ମଞ୍ଜୁର ହେବାରୁ ନିମାପଡ଼ା ଉପ-କାରାଗାରକୁ ପଠାଇ ଦିଆଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ।

Leave A Reply

Your email address will not be published.