Latest Odisha News

BREAKING NEWS

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି ।

ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ ମଞ୍ଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିପାରିଛନ୍ତି । ଏହାବ୍ୟତିତ ଅର୍ଜୁନ (୨୦୦୫), ଶୁଭ ବିବାହ (୨୦୧୦), ହିରୋ (୨୦୧୧), କେକେ ତୁମେ ନାହଁ, କେବେ ମୁଁ ନାହିଁ (୨୦୧୨), ତୁ ମୋ ଆରମ୍ଭ ଓ ତୁ ମୋ ଶେଷ (୨୦୧୨), ଗଞ୍ଜା ଲଢ଼େଇ (୨୦୧୪), ଗପ ହେଲେ ବି ସତ (୨୦୧୫) ଏବଂ ସିଷ୍ଟର ଶ୍ରୀଦେବି (୨୦୧୭) ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ସଲିଳଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଲିଉଡ ଇଣ୍ଟଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ, ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ କଟକ ଫେରୁଥିବା ବେଳେ ଘଟଗାଁ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର ଆହତ ହୋଇଥିଲେ ।

Leave A Reply

Your email address will not be published.