Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ

ତା ୦୪-୦୫-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଜୁନ ତା ୪ ରିଖ ମଙ୍ଗଳବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର
ମକର ରାଶିର ଘାତ ବାର
ବିଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର
ଆଜି: ପାଣି କଖାରୁ ଖାଇବା ନିଷେଧ

ମେଷ
ଆଜି ପ୍ରତ୍ୟେକଟିକାର‌୍ୟ୍ୟରେ ସଫଳତା ମିଳିବାସହ କାର‌୍ୟ୍ୟସିଦ୍ଧି କରାଇବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ ଦୂରଯାତ୍ରା କରିବାକୁ ପଡିପାରେ । ସାମାଜିକ ସ୍ତରରେ ସାହିତ୍ୟ ,କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର‌୍ୟ୍ୟରେ ଅଗ୍ରଗତି ଘଟିବ ।

ବୃଷ
ଆଜି ମନ ଅନୁଯାୟୀ କାମ କରି ପାରିବେ ନାହିଁ। ସ୍ବାସ୍ଥ୍ୟହାନୀ, ବନ୍ଧୁମାନଙ୍କ ବେଖାତିର ମନୋଭାବ ଓ ଅର୍ଥସଂକଟଜନିତ ମନ ଅଶାନ୍ତ ରହିବ। ପରିସ୍ଥିତି ଅନୁଯାୟୀ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାଯର୍‌ୟର ଗତି ମନ୍ଥର ହେବ।

ମିଥୁନ
ଆଜି ଅର୍ଥଲାଭର ସୂଚନା ରହିଛି। କାର‌୍ୟ୍ୟସିଦ୍ଧି ହେବା ସାଙ୍ଗକୁ ଜମିଜମା କାରବାରରେ ଆଶା ପୂରଣ ହୋଇପାରିବ। ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଗୁଡିକ ଠିକ୍‌ ସମୟରେ କରିପାରିବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଅର୍ଥାଭାବ କେତେକ କାମକୁ ଅଟକାଇ ଦେଇପାରେ ।

କର୍କଟ
ପରିବାରର ସମର୍ଥନ ନେଇ କୌଣସି କାମରେ ଅଗ୍ରସର ହେବେ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିସ୍ଥିତିବଶତଃ କାମରେ ଅବହେଳା କରିପାରିବେ ନାହିଁ। ତଥାପି ଏମିତି କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ କିନ୍ତୁ ରାଜନୈତିକ ସ୍ଥିତି ସରଗରମ ରହିବ।

ସିଂହ
ଆଜି ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସୀ ହୋଇପାରନ୍ତି। ସରକାରୀ ସ୍ତରରୁ କୌଣସି ସାହାଯ୍ୟ, ସହଯୋଗ ପାଇବାର ଆଶା ରହିଛି। ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।

କନ୍ୟା
ଆଜି ସବୁ ପ୍ରକାରର ସୁବିଧା ଥାଇ ମଧ୍ୟ ପାରିବାରିିକ ଜୀବନରେ କିଛିଟା ମାନସିକ ଶାନ୍ତିର ଅଭାବ ଅନୁଭବ କରିବେ । ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ। ଗୃହ ନିର୍ମାଣ କିମ୍ବା ମରାମତି ଅଥବା ସାଜସଜ୍ଜାରେ ପାଖ ପଡୋଶୀଙ୍କ ନିକଟରୁ ସାହାଯ୍ୟ ମଧ୍ୟ ପାଇବେ।

ତୁଳା
ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଆଜି କୈାଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ପରାମର୍ଶରେ ଏକ ପ୍ରକାର ସମାଧାନର ରାସ୍ତା ବାହାର କରି ପରିବାରରେ ଶାନ୍ତି ଫେରି ଆସିବା ପାଇଁ ଚେଷ୍ଟା କରିବେ।ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବାର ଆଶଙ୍କା ରହିଛି ।

ବିଛା
ପ୍ରତ୍ୟେକ କ୍ଷେତ୍ରରେ ମନ ଅନୁଯାୟୀ କାମ ନ ହେବା କାରଣରୁ ବ୍ୟସ୍ତତା ପ୍ରକାଶ କରିବେ। ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଧାର କରଜ କରି ଚଳାଇ ନେବେ। କ୍ରୀଡ଼ା, ପ୍ରତିଯୋଗିତା, ଲେଖାପଢା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିପାରେ।

ଧନୁ
ଆଜି ଯେଉଁ କାମରେ ହାତ ଦେବେ ତାହା ନିଶ୍ଚିତ ପୂରଣ ହୋଇପାରିବ। ନୂତନ କର୍ମାରମ୍ଭ, ବନ୍ଧୁମିଳନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କିନ୍ତୁ ମୂଳା ନକ୍ଷତ୍ର ଆଲୋଚନା ଅବକାଶରେ କଠୋର କଥା କହି କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ ।

ମକର
କର୍ମପରିସର ବୃଦ୍ଧି ପାଇବା କାରଣରୁ ଘରର ଅସମ୍ପୂର୍ଣ୍ଣ କାମଗୁଡିକୁ ପୂର୍ଣ୍ଣାଙ୍ଗ କରିବାରେ ବିଳମ୍ବ ଘଟିବ। ସମସ୍ୟା ତ ଅନେକ ରହିଛି ତଥାପି ଅପରାହ୍ନରେ ବନ୍ଧୁଙ୍କ ଜରିଆରେ କାମ ହାସଲ ମଧ୍ୟ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ।

କୁମ୍ଭ
ଆଜି ଆତ୍ମୀୟମାନଙ୍କ ସହଯୋଗରେ ସହଜ ଓ ସୁବିଧାରେ କାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅନ୍ୟମାନଙ୍କର ପ୍ରତିବନ୍ଧକ ଯୁକ୍ତ କାମ ଆପଣଙ୍କ କୌଣସି କାର‌୍ୟ୍ୟକୁ ଅଟକାଇ ପାରିବ ନାହିଁ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ମୀନ
ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗରେ କାମକୁ ଆଗେଇ ନେବେ। ପରିବାରିକ ସମ୍ପର୍କ ପୂର୍ବ ପରି ଅତୁଟ ରହିବ । ନିର୍ମାଣଓପରିବହନରେ
ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ।

Leave A Reply

Your email address will not be published.