Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ ଆଚାର୍ଯ୍ୟଙ୍କ ହାତ ଧରିଛନ୍ତି ଲିପ୍ସା  ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲ ରେ ବିବାହ ସମ୍ପର୍ଣ୍ଣ ହୋଇଛି । ଆକାଶ ହେଉଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟର ଓ ସେ ମାର୍କେଟିଙ୍ଗ ରେ ଏମ ବିଏ ପାଠ ପଢ଼ିଛନ୍ତି  । ବର୍ତମାନ ସେ ନିଜ ପରିବାରର ବିଜିନେସ ସମ୍ଭାଳୁଛନ୍ତି  । ଓଡ଼ିଆ ସିନେମା ଓ ଟେଲିଭିଜନରେ ଲିପସା ବେଶ ପରିଚିତ  । ୨୦୧୫ ରେ ଚଳଚ୍ଚିତ୍ର “ମାୟା ” ଜରିଆରେ ଡେବ୍ୟୁ କରିଥିଲେ ଲିପସା  ସେବେଠୁ ଆଉ ପଛକୁ ଫେରିନଥିଲେ  । ଏହାପରେ ୨୦୧୭ ରେ ଅଦୃଶ୍ୟମ, ୨୦୨୨ରେ ତୃଷ୍ଣା, ପିଲାଟା ବିଗିଡ଼ିଗଲା, ରଙ୍ଗିଲା ବୋହୂ, 4ଇଡିଏଟ, ଟୋକାଟା ଫସିଗଲା ଆଦି ଚଳଚ୍ଚିତ୍ରରେ ଦମ୍ଦାର ଅଭିନୟର ଯାଦୁ ଦେଖାଇ ଆସିଛନ୍ତି ଲିପସା  ।

ତେବେ ବିବାହରେ ଲିପସା ପିନ୍ଧିଥିବା ରେଡ କଲର ଲେହେଙ୍ଗାକୁ ବଲିଉଡ ଫ୍ୟାସନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଇଛି  । ଏହି ଲେହେଙ୍ଗାରେ ଲିପସା ବହୁତ ସୁନ୍ଦର ଦେଖାଯାଉଥିଲେ  । ବିବାହ ପରେ ଲିପସା ତାଙ୍କ ପ୍ରତକ୍ରିୟାରେ କହିଛନ୍ତି ସେ ଭଲ ବରପାତ୍ର ପାଇଛନ୍ତି ଓ ଝିଅ ରୁ ବୋହୁ ହୋଇ ଭଲ ବୋହୂର କର୍ତ୍ତବ୍ୟ କରିବେ । ବିବାହ ଉତ୍ସବରେ ବଲିଉଡ ଓ ଓଲିଉଡ଼ ଜଗତର ବହୁ ଷ୍ଟାର କାଷ୍ଟ, ପ୍ରଯୋଜକ ଓ ନିର୍ଦ୍ଦେଶକ ଯୋଗ ଦେଇ ଉଭୟ ବରକନ୍ୟାଙ୍କୁ ଆଶ୍ରିବାଦ ପ୍ରଦାନ କରିଛନ୍ତି  ।

Leave A Reply

Your email address will not be published.