Latest Odisha News

ପରଦାକୁ ଆସିଲା ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’

ଭୁବନେଶ୍ୱର : ପରଦାରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’ ।

ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଦୁଇଟି ଆଜି ରିଲିଜ ହୋଇଥିବା ବଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି ।

‘ଶ୍ରୀମାନ ସୁରଦାସ’ ରେ ବାବୁସାନ, ଭୂମିକା, ବୁଦ୍ଧାଦିତ୍ୟ, ବବି ମିଶ୍ର, ମିହିର ଦାସ ଏବଂ ଅପରାଜିତା ପ୍ରମୁଖ ଅଭିନୟ କରିଛନ୍ତି । ଅଶୋକ ପତି ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ।

ସେହିପରି ‘ପ୍ରେମ କୁମାର’ରେ ଅନୁଭବ ମହାନ୍ତି ଦୁଇ ଜଣ ହିରୋଇନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଦୁଇ ହିରୋଇନ୍ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ଅନୁଭବଙ୍କ ସହ ସ୍କ୍ରିନ ଶେୟାର କରୁଛନ୍ତି ।

ଏଥିରେ ନିର୍ଦ୍ଦେଶକ ଭାବେ ତାପସ ସରଘରିଆ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ‘ପ୍ରେମ କୁମାର’ ରେ ଦର୍ଶକଙ୍କୁ ରୋମାନ୍ସ ସହ ଭରପୂର ସସପେନ୍ସ ଦେଖିବାକୁ ମିଳିବ ।

Leave A Reply

Your email address will not be published.