Latest Odisha News

BREAKING NEWS

ନୟାଗଡ ଜିଲ୍ଲାରେ ହାତୀ ଉପଦ୍ରବ

ନୟାଗଡ : ନୟାଗଡ ଜିଲ୍ଲାର ରଣପୁର ନିକଟସ୍ଥ ମୟୁରଝାଲିଆ ଗ୍ରାମରେ ହାତୀ ଉପଦ୍ରବ କରିଥିବା ଘଟଣା ନଜରକୁ ଆସିଛି ।

ଏଥିସହିତ ହାତୀ ଉପଦ୍ରବ ଯୋଗୁଁ ପାଖାପାଖି ୧୦ଦିନ ହେବ ଗାଁ ଲୋକମାନେ ରାତ୍ରୀ ଅନିଦ୍ରା ହୋଇ ଫସଲ ଜଗୁଥିବା ନେଇ ପ୍ରକାଶ କରିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ହାତୀପଲ ଗାଁ ମଧ୍ୟରେ ପଶି ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଏଥିସହିତ ସେମାନେ ଅଭିଯୋଗ କରିଛନ୍ତି ଯେ ବନବିଭାଗ ତଥା ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାର କୌଣସି ସମାଧାନ ପ୍ରତି ନଜର ଦେଉନାହାନ୍ତି ।

Leave A Reply

Your email address will not be published.