Latest Odisha News

BREAKING NEWS

ବଲାଙ୍ଗୀରରେ ମୁଣ୍ଡ ବିହୀନ ଶବ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ସିନେ୍ଧକଳା ଅନ୍ତର୍ଗତ ସୁନ୍ଧିମୁଣ୍ଡା ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଉକ୍ତ ଗ୍ରାମରେ ଏକ ମୁଣ୍ଡ ବିହୀନ ଶବକୁ ପୋଲିସ ଉଦ୍ଧାର କରିଛି । ମୃତକଙ୍କ ନାମ ଘନଶ୍ୟାମ ରଣା ବୋଲି ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଅକ୍ଟୋବର ୧୩ରୁ ଘନଶ୍ୟାମ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଅନ୍ୟପକ୍ଷରେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତକରୁଥିବା ବେଳେ ଆଜି ସକାଳେ ଏକ ମୁଣ୍ଡ ବିହୀନ ମୃତଦେହକୁ ନିକଟସ୍ଥ ଅଞ୍ଚଳରୁ ଠାବ କରାଯାଇଥିଲା । ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଥିଲେ ।

ଏଥିସହିତ ସେମାନଙ୍କର କାହା ସହିତ କୌଣସି ପ୍ରକାର ଶତ୍ରୁତା ନଥିବା ପରିବାର ଲୋକେ ପୋଲିସକୁ କହିଥିବା ନେଇ ଜଣାପଡିଛି । ତେବେ ତାଙ୍କୁ ବଳି ଦିଆଯାଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରିବା ସହ ଝାନଭିନ୍ ଜାରି ରଖିଥିବାବେଳେ ବଲାଙ୍ଗୀରରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.