Latest Odisha News

ବାବୁସାନଙ୍କ ନୂଆ ଅବତାର…

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟକ ବାବୁସାନ୍। ବିଭିନ୍ନ ସମୟରେ ସେ ଅନେକ ଚରିତ୍ରରେ ନଜର ଆସିଛନ୍ତି। ବାବୁସାନ ଅଭିନୟ କରିଥିବା ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ପ୍ରତିଫଳନ କରାଇବାରେ ସେ ସଫଳ ହୋଇଛନ୍ତି।

ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବାବୁସାନ ଏବେ ଏକ ନୂଆ ରୂପରେ ପରଦାକୁ ଆସୁଛନ୍ତି।

ବାବୁସାନଙ୍କ ଏହି ରୂପକୁ ଆମେ ନିଆରା ଏଇଥିପାଇଁ କହିଲୁ କାରଣ, ବାବୁଙ୍କୁ ଏଥିରେ ଦର୍ଶକ ସିକ୍ସ ପ୍ୟାକ ବଡି ସହ ଦେଖିବାକୁ ପାଇବେ ।

ଗଲୁମୋଲୁ ବାବୁଙ୍କ ଏହି ଅବତାର ଦେଖି ଲାଗୁଛି ସେ ଆକସନ୍ ଅବତାରରେ ପରାଦକୁ ଆସିବେ। ଫିଲ୍ମର ପୋଷ୍ଟର ନିକଟରେ ସାମ୍ନାକୁ ଆସିଛି । ଏହି ସିନେମାର ନାମ ରଖାଯାଇଛି ‘ବିଦ୍ୟାରାଣ’। ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଶିବାନୀ। ‘ସିଷ୍ଟର ଶ୍ରୀଦେବୀ’ ପରେ ଦ୍ବିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍-ଶିବାନୀ।

Leave A Reply

Your email address will not be published.