Latest Odisha News

BREAKING NEWS

ମନ୍ଦିରରେ ମହାଦେବଙ୍କ ପ୍ରତିମାର ଉଚ୍ଚତା ବଢୁଛି ; ଜାଣନ୍ତୁ ଏହି ଶୈବପୀଠ ବିଷୟରେ

ଭୁବନେଶ୍ୱର: ଓଡ଼ିଶାରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାର ପ୍ରାକୃତିକ ଶୋଭା ଲୋକଙ୍କୁ ଆକର୍ଷିତ କରେ । ଯାଜପୁରର ମହାବିନାୟକ ପୀଠ ଏଥିମଧ୍ୟରୁ ଅନ୍ୟତମ । ମହାଦେବଙ୍କ ମନ୍ଦିର ସାଙ୍ଗକୁ ଏଠାରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ।

ଯାଜପୁର ଜିଲ୍ଳା ଚଣ୍ଡିଖୋଲରେ ଥିବା ଏହି ପ୍ରସିଦ୍ଧ ଶୈବପୀଠ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଛି । ଦୂରଦୂରାନ୍ତରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେବଳ ଓଡ଼ିଶା ନୁହେଁ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସନ୍ତି । ମହାବିନାୟକଙ୍କ ମନ୍ଦିର ସାଙ୍ଗକୁ ଏଠାରେ ରହିଛି ସାକ୍ଷୀ ଗୋପୀନାଥ ମନ୍ଦିର, ନବଗ୍ରହ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର ଏବଂ ପାହାଡ ଉପରେ କନକଦୁର୍ଗା ଓ ଚଣ୍ଡୀ ମନ୍ଦିର ।

ଏହି ପୀଠର ମହାତ୍ମ୍ୟ ମଧ୍ୟ ଅନେକ ରହିଛି । ଏଠାରେ ମହାଦେବଙ୍କ ପ୍ରତିମାର ଉଚ୍ଚତା ପ୍ରତି ବର୍ଷ ବଢୁଥିବା ନେଇ ଏଠାକାର ପୂଜାରୀମାନେ ମତ ପ୍ରକାଶ କରନ୍ତି ।

ପ୍ରତିବର୍ଷ ଜାଗର ଓ ବଡଓଷାରେ ଏଠାରେ ଜମିଥାଏ ହଜାର ହଜାର ଲୋକଙ୍କ ଭିଡ । ପର୍ଯ୍ୟଟନ ଋତୁ ଆସିଲେ କୋଳାହଳରେ ଗୁଞ୍ଜରିତ ହୁଏ ଏହାର ଚତୁର୍ପାର୍ଶ୍ୱ । ପର୍ଯ୍ୟଟକଙ୍କ ଭିଡ ଜମେ ବଣଭୋଜି ପାଇଁ । ଏତେ ମାତ୍ରାରେ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଥିବା କହନ୍ତି ମନ୍ଦିର ପୂଜକ ।

Leave A Reply

Your email address will not be published.