Latest Odisha News

BREAKING NEWS

ଦିଲ୍ଲୀ ହିଂସା: ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ ହୋଇଥିବାା ହିଂସାରେ ଦିଲ୍ଲୀରେ ଭୟାବହ ରୂପ ଧାରଣ କରିଛି । ଏହି ହିଂସାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନ୍ୟ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ହିଂସାକୁ ରୋକିବାର ଦାୟିତ୍ୱ ନେଇଛନ୍ତି । ଡୋଭାଲ ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁର ଅଂଚଳରେ ଡିସିପିଙ୍କ ଅଫିସରେ ପହଂଚିଛନ୍ତି ।

ଡିସିପି ଅଫିସ ପହଂଚିବା ପରେ ଡୋଭାଲ ହିଂସା ପ୍ରଭାବିତ ଅଂଚଳରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ଅଜିତ ଡୋଭାଲ ମୌଜପୁର, ଜାଫରାବାଦ, ଘୋଣ୍ଡା ଅଂଚଳ ଗସ୍ତ କରିଛନ୍ତି । ସମୀକ୍ଷା ପରେ ସେ କହିଛନ୍ତି କି, ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଲୋକ ସନ୍ତୁଷ୍ଟ ଅଛନ୍ତି । ପୋଲିସ ନିଜ କାମ କରୁଛି ।

Leave A Reply

Your email address will not be published.