Latest Odisha News

BREAKING NEWS

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ ଆଜି ସେ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ ।

ପ୍ରଶଂସକମାନେ ତାଙ୍କୁ ରିୟଲ ବାହୁବଳୀ ବୋଲି ଆଖ୍ୟା ଦେଇଛନ୍ତି । ଏହା ବ୍ୟତୀତ ସେ ଜମ୍ମୁରେ ଥିବା ତାଙ୍କ ବିକ୍ରାନ୍ତ ମହାଜନଙ୍କୁ ଭେଟିଥିଲେ । ବିକ୍ରାନ୍ତ ତାଙ୍କୁ ସବୁବେଳେ ମୋତେ ପ୍ରେରଣା ଓ ଉତ୍ସାହ ଯୋଗାଉଥିଲେ ବୋଲି ରବି କୁମାର କହିଛନ୍ତି । ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ସମ୍ମାନିତ କରୁଛି ।

Leave A Reply

Your email address will not be published.