ଭୁବନେଶ୍ୱର: ଭାରତୀୟ ମହିଳା ଭାରୋତ୍ତଳନକାରୀ ସାଇଖୋମ୍ ମୀରାବାଇ ଚାନୁ । ୨୦୨୦ ଟୋକିଓ ଅଲିମ୍ପିକ୍ରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ହାସଲ କରି ସେ ଇତିହାସ ରଚିଥିଲେ । ନିକଟରେ ଏହି ଅଲିମ୍ପିଆନ୍ଙ୍କୁ ମଣିପୁର ସରକାର ଉପହାର ସ୍ୱରୂପ ପୋଲିସ ବିଭାଗରେ ଉଚ୍ଚପଦସ୍ତ ପାହ୍ୟା ପ୍ରଦାନ କରିଛନ୍ତି ।
Thank you so much Hon’ble CM @NBirenSingh sir for all your support and motivation in this journey. https://t.co/kpSIrcyLG4
— Saikhom Mirabai Chanu (@mirabai_chanu) January 15, 2022
ଚାନୁଙ୍କୁ ଆଡିସ୍ନାଲ୍ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ (ସ୍ପୋର୍ଟସ୍) ଭାବେ ମଣିପୁର ସରକାର ନିଯୁକ୍ତ କରିଛନ୍ତି । ବିଧିବଦ୍ଧ ଭାବେ ଆଜି ଚାନୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଉପସ୍ଥିତିରେ ନିଜ ପଦ ସମ୍ଭାଳିଥିଲେ । ଏ ନେଇ ଖୋଦ ଚାନୁ ଏକାଧିକ ଫଟୋ ଓ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି ।
It is an honour to have joined the Manipur Police as the Additional Superintendent of Police (Sports). I would like to thank the state of Manipur and our Hon’ble Chief Minister @NBirenSingh sir, for giving me this opportunity to serve the country and its citizens.#JaiHind pic.twitter.com/doRkTxQkj4
— Saikhom Mirabai Chanu (@mirabai_chanu) January 15, 2022
ଭାରତରେ ଭାରୋତ୍ତଳନ କଥା ଉଠିଲେ ଚାନୁଙ୍କ ନାମ ସର୍ବପ୍ରଥମେ ମନକୁ ଆସେ । ୨୦୧୭ ୱାର୍ଲଡ୍ ଚାମ୍ପିୟନସିପ୍ ଓ ୨୦୧୮ କମନ୍ୱେଲ୍ଥ ଗେମ୍ସରେ ସେ ଏକାଧିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିଭଳି ୨୦୧୪ କମନ୍ୱେଲ୍ଥ ଗେମ୍ସରେ ସେ ଏକାଧିକ ରୌପ୍ୟ ପଦକ ଓ ୨୦୨୦ ଏସୀୟାନ୍ ଚାମ୍ପିୟନ୍ସିପ୍ରେ ଗୋଟିଏ ବ୍ରୋଂଜ ପଦକର ହକଦାର ହୋଇଥିଲେ ।
Comments are closed.