Latest Odisha News

ଅକ୍ଟୋବର ୮ରେ ଓଟିଟିରେ ରିଲିଜ୍ ହେବ ଓଏମଜି-୨

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ଓଏମ୍‌ଜି-୨ ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭଲ ବ୍ୟବସାୟ ବି କରିଥିଲା । ଏହା ଆସନ୍ତା ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଓଟିଟିରେ ରିଲିଜ୍‌କୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଅମିତ ରାୟଙ୍କ ନିର୍ଦ୍ଦେଶିତ ‘ଓଏମ୍‌ଜି-୨’ରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମୀ ଅଭିନୟ କରିଛନ୍ତି । ଏହି ଫିଲ୍ମରେ କମେଡି ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି । ଏହା  ୧୯୦ଟି ଦେଶରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ । ନେଟଫ୍ଲିକ୍ସରେ ‘ଓଏମ୍‌ଜି-୨’ର ରିଲିଜ୍‌ହେବାକୁ ନେଇ ଅକ୍ଷୟ କୁମାର କହିଛନ୍ତି ଯେ, ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ମୋତେ ଦର୍ଶକଙ୍କଠାରୁ ଖୁବ୍ ଭଲପାଇବା ମିଳିଛି,ଯାହାକୁ ନେଇ ମୁଁ ଖୁବ୍ ଆନନ୍ଦିତ । ନେଟଫ୍ଲିକ୍ସ ସହିତ ଆମେ ଏହି ଫିଲ୍ମକୁ ସାରା ବିଶ୍ୱରେ ସିନେପ୍ରେମୀଙ୍କ ନିକଟରେ ପହଞ୍ଚି ପାରିବୁ ।

ଏହା ହେଉଛି ପରେଶ ରାୱଲଙ୍କ ‘ଓ ମାଇଁ ଗଡ୍‌’ର ସିକ୍ୱେଲ୍ । ଏହି ଫିଲ୍ମଟି ଅମିତ ରାୟଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ମଧ୍ୟ । ଏଥିରେ ଅରୁଣା ଭାଟିଆ, ଜ୍ୟୋତି ଦେଶପାଣ୍ଡେ, ଅଜିତ ଅନ୍ଧାରେ, ପରେଶ ରାୱଲ, ହେମା ଏ ଠକ୍କର, ଭିପୁଲ ଡି ଶାହା, ଅଶ୍ୱିନ ବର୍ଦେ ଏବଂ ରାଜେଶ ବହଲ ଅଭିନୟ କରିଛନ୍ତି ।

Leave A Reply

Your email address will not be published.