ନୂଆଦିଲ୍ଲୀ: ଦେଶରେ ବଢୁଥିବା ଓମିକ୍ରନ୍ ମାମଲା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ଯାହାକୁ ନେଇ ଏବେ ତୃତୀୟ ଲହରର ଆଗମନ ନେଇ ଆଶଙ୍କା କରାଯାଉଛି। କରୋନା ମହାମାରୀକୁ ନେଇ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହୋମ୍ ଆଇସୋଲେସନ୍ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି। ଗତ ୯ ଦିନରେ ଦେଶରେ କରୋନା ମାମଲା ୬ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଦେଶରେ କରୋନା ମାମଲା ବୃଦ୍ଧିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।
ହୋମ୍ ଆଇସୋଲେସନ୍କୁ ନେଇ କେନ୍ଦ୍ର ସରକାର ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ ଭଲ ଭାବେ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଯାହା ଦ୍ବାରା ରୋଗୀ ଉପରେ ସଠିକ୍ ଭାବରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି।
Comments are closed.