Latest Odisha News

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ । ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଆଜି ବ୍ୟବସାୟୀ ସଂଘର ବିଏମସି ଓ ପୋଲିସ ସହ ଆଲୋଚନା ହୋଇଥିଲା । ହେଲେ ବୈଠକରେ କୌଣସି ସମାଧାନ ହୋଇପାରିଲାନାହିଁ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ ।

ମଙ୍ଗଳବାର ବ୍ୟବସାୟୀ ସଂଘ ପକ୍ଷରୁ ମାର୍କେଟ୍ ବିଲ୍ଡିଂ ବନ୍ଦ କରାଯାଇଥିଲା । ମାର୍କେଟ ବିଲ୍ଡିଂ ମଝିରେ ଥିବା ଫୁଟପାଥ ରାସ୍ତା ଉପରେ ଜୋରଜବରଦସ୍ତ ବ୍ୟବସାୟ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ବାଇକ୍ ପାର୍କିଂକୁ ନେଇ ଉଠାଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ବିଏମସି ଅଧିକାରୀ ଓ କ୍ୟାପିଟାଲ ଥାନା ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.