Latest Odisha News

BREAKING NEWS

ମାସେ ମଧ୍ୟରେ ଡାକ୍ତରମାନଙ୍କ ଦାବି ସରକାର ପୂରଣ ନକଲେ ସମୂହ ଇସ୍ତଫା ଦେବେ : ଓମସା

ଭୁବନେଶ୍ବର:ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି ‌ଠୋସ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେଣୁ ଆସନ୍ତା ଏକ ମାସ ମଧ୍ୟରେ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନକଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ।

ଆଜି ୟୁନିଟ ୬ ସ୍ଥିତ ଓମସା ଭବନରେ ଅନୁଷ୍ଠିତ ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଓମସାର ରାଜ୍ୟ ସଭା‌ପତି କିଶୋ‌ର ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜିବ କୁମାର ପ୍ରଧାନଙ୍କ ସମେତ ବହୁ ଡାକ୍ତର ଉପସ୍ଥିତ ଥିଲେ।

Leave A Reply

Your email address will not be published.