Latest Odisha News

BREAKING NEWS

ଅନଲାଇନ ମଦ ବିକ୍ରି: ପ୍ରଥମ ଦିନରେ ୩୬,୦୦୦ ଟଙ୍କାର ଠକେଇ ଅଭିଯୋଗ !

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ଅନଲାଇନ ମଦ ବିକ୍ରି। ପ୍ରଥମ ଦିନରେ ଭୁବନେଶ୍ୱରର ଜଣେ ଯୁବକ ମଦ ଦୋକାନୀ ବିରୁଦ୍ଧରେ ୩୬ ହଜାର ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ଯୁବକ ଅନଲାଇନରେ ପ୍ରାୟ ୧୦୦୦ ଟଙ୍କା ମୂଲ୍ୟର ମଦ ଅର୍ଡର କରିଥିଲେ। ମଦ ପହଞ୍ଚିବାକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଆକାଉଣ୍ଟରୁ ଲଗାତର ଟଙ୍କା କଟିବାରେ ଲାଗିଥିବା ସେ କହିଛନ୍ତି।


ତେବେ ୨୬ ହଜାର ଟଙ୍କା କାଟିଯିବା ପରେ ଏ ସମ୍ପର୍କରେ ସେ ଦୋକାନୀଙ୍କୁ ପଚାରିଥିଲେ । କଟିଯାଇଥିବା ଟଙ୍କା ଫେରି ପାଇବାକୁ ଦୋକାନୀ ତାଙ୍କୁ ଆଉ ଏକ QR କୋଡ୍ ସ୍କାନ୍ କରିବାକୁ ଦେଇଥିଲେ ।କିନ୍ତୁ ଏଥର ଯୁବକଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ଯୁବକ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଏକ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଥାନାରେ ଏଭଳି ଅନେକ ମାମଲା ପଡି ରହିଛି ତେଣୁ ଅଭିଯୋଗ ଦାଖଲ କରିବାର କୌଣସି ଆବଶ୍ୟକତା ନଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ କହିଥିବା ସେ କହିଛନ୍ତି।

ଅବକାରୀ ବିଭାଗ କାଉଣ୍ଟରରେ ମଦ ବିକ୍ରି ପାଇଁ ଅନୁମତି ଦେଇନଥିବା ସତ୍ତ୍ୱେ କିଛି ମଦ ଦୋକାନୀ କାଉଣ୍ଟରରେ ମଦ ବିକ୍ରି କରିବା ଆରମ୍ଭ କରିଥିଲେ । ଯାହାଦ୍ଵାରା ରାଜଧାନୀରେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । କାଉଣ୍ଟର ଗୁଡିକରେ ଭିଡ଼ ଜମିବାରୁ ପୋଲିସ ଏଥିରେ ହସ୍ତକ୍ଷେପ କରି ଦୋକାନଗୁଡ଼ିକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ ।

ଏହି ସମୟରେ, ଅନଲାଇନ୍ ବିକ୍ରୟ ଜାରି ରହିବା ସହ ବିକ୍ରେତାମାନଙ୍କୁ କାଉଣ୍ଟରରେ ମଦ ବିକ୍ରୟ ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.