Latest Odisha News

BREAKING NEWS

କାର୍ଯ୍ୟକ୍ଷମ ହେଲା ବିମାନବନ୍ଦର; ଏବେ ହୋଟେଲ ଖୋଲିବାକୁ ସରକାରଙ୍କୁ ନିବେଦନ କଲା ସଂଘ

ଭୁବନେଶ୍ୱର: କାର୍ଯ୍ୟକ୍ଷମ ହେଲା ଭୁବନେଶ୍ୱର ବିମାନବନ୍ଦର। ତେବେ ଲକଡାଉନ ଯୋଗୁଁ ବନ୍ଦ ହୋଇ ପଡି ରହିଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା (HRAO) ।

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କମିଶନରଙ୍କୁ ଲେଖିଥିବା ଚିଠିରେ HRAO ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି ଯେ “ଲୋକମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ଘରୋଇ ତଥା ବିଦେଶ ବିମାନ ଉଡ଼ାଣ ଆରମ୍ଭ କରିବାକୁ କେନ୍ଦ୍ର ଅନୁମତି ଦେଇଛି। ଲକଡାଉନ୍ ଗାଇଡଲାଇନ ଅନୁଯାୟୀ, ବିଦେଶରୁ ଫେରୁଥିବା ଲୋକଙ୍କୁ ଘରେ କିମ୍ବା ହୋଟେଲରେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ | ସୋମବାର ବିମାନରେ ଭୁବନେଶ୍ୱରରେ ପହଞ୍ଚିଥିବା କିଛି ଲୋକ ସେମାନଙ୍କ ରହିବା ପାଇଁ ହୋଟେଲ ଖୋଜିଥିବାର ଦେଖିବାକୁ ମିଳିଥିଲା। ଆଗକୁ “ସହରରେ ଅଧିକ ବିମାନ ଅବତରଣ କରିବାର ଯୋଜନା ଥିବାରୁ ଆମକୁ ରୁମ୍ ବୁକିଂ ପାଇଁ ଅନେକ ଫୋନ୍ କଲ ଆସୁଛି”।

“ଆଗାମୀ ଦିନରେ ଅଧିକ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ” ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply

Your email address will not be published.