Latest Odisha News

ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ : ଆଜି ହେଉଛି ଆନନ୍ଦ ଓ ଉହ୍ଲାସର ପର୍ବ ଦୀପାବଳି । ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଜୀବନରେ ଆନନ୍ଦ , ସମୃଦ୍ଧି , ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦିୱାଲୀର ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଦିୱାଲୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା, ଅସତ୍ୟ ଉପରେ ସତ୍ୟର ବିଜୟର ମହାନ ପର୍ବ, ଅତ୍ୟାଚାର ଉପରେ ଗୁଣ, ଅନ୍ଧକାର ଉପରେ ଆଲୋକ ଆସୁ। ସେପଟେ ଆଲୋକର ପର୍ବ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟର ସବୁ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ, ସେ ନେଇ କାମନା କରିଛନ୍ତି ନବୀନ ।

 

 

Leave A Reply

Your email address will not be published.