Latest Odisha News

ଆଜିର ଦିନରେ ଭାରତ କ୍ରିକେଟକୁ ମିଳିଥିଲା ନୂଆ ଦିଗ

ନୂଆଦିଲ୍ଲୀ: ୨୫ ଜୁନ ୧୯୮୩ ଭାରତୀୟ କ୍ରୀଡା ଇତିହାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦିନ ଭାରତୀୟ କ୍ରିକେଟ ବିଶ୍ୱକପ ଜିତି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା । ବିଶ୍ୱ ବିଜୟୀ ୱେଷ୍ଟଇଣ୍ଡିଜ ଟିମକୁ କପିଳ ଦେବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୪୩ ରନରେ ପରାସ୍ତ କରିଥିଲା । ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଥିଲା । ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ରିଷ୍ମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ ରନ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଥିଲା ୱେଷ୍ଟଇଣ୍ଡିଜ । ସମ୍ପୂର୍ଣ୍ଣ ଦଳ ୫୨ ଓଭରରେ ୧୪୦ ରନ କରି ଅଲଆଉଟ ହୋଇ ଯାଇଥିଲେ ।ମଦନ ଲାଲ ୩୧ ରନରେ ୩ଟି, ମହିନ୍ଦର ଅମରନାଥ ୧୨ ରନରେ ୩ଟି ଏବଂ ବଲୱିନ୍ଦୀ ସିଂ ସିନ୍ଧୁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଅମରନାଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏବେ ବି କପିଳ ଦେବ ଧରିଥିବା ଭିଭିଆନ ରିଚାର୍ଡ୍ସଙ୍କ କ୍ୟାଚ ମନରେ ରୋମାଂଚ ଭରିଦିଏ । ଏହି ସଫଳତା ପରେ ଭାରତର ଗଳି କନ୍ଦିରେ କ୍ରିକେଟର ରାଜୁତି ଆରମ୍ଭ ହୋଇ ଯାଇଥିଲା । ଏହାର ଠିକ୍ ୨୮ ବର୍ଷ ପରେ ୨୦୧୧ରେ ଭାରତ ଏହି ସଫଳତା ଦୋହାରାଇ ଥିଲା ।

Leave A Reply

Your email address will not be published.