ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରୁ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ବୁଧବାର ଦିନ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢାଉ ବେଳେ ପ୍ରାୟ ୧୯୬ କୁଇଣ୍ଟାଲ୍ ଆମୋନିୟମ୍ ନାଇଟ୍ରେଟ୍, ୩୨୦୦ ଜିଲୋଟିନ୍ ଛଡ଼ ଏବଂ ୧୦,୪୦୬ ଡିଟୋନେଟର ସହିତ ବହୁ ବିସ୍ଫୋଟକ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତଙ୍କ ନାମ ସରୋଜ କୁମାର ପଟ୍ଟନାୟକ (୩୫) ଓରଫ୍ କୁନା ବୋଲି ଜଣାପଡିଛି । ଏହାବ୍ୟତିତ ଅବୈଧ ଭାବେ ବିସ୍ଫୋରକ ରଖିବା ଓ ବ୍ୟବସାୟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଆହୁରି ମଧ୍ୟ ବିସ୍ଫୋରକ ସାମଗ୍ରୀ ରଖିବା ନେଇ ଅଭିଯୁକ୍ତଙ୍କ ନିକଟରେ କୌଣସି ଯୁକ୍ତିଯୁକ୍ତ ଦସ୍ତାବିଜ କିମ୍ବା ଲାଇସେନ୍ସ ନଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଏସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।
Comments are closed.