ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ ।
ପୁଲଓ୍ୱାମାର ଗାଙ୍ଗୁ ଅଞ୍ଚଳରେ ଆଜି ସକାଳ ୭ଟା ୪୦ ମିନିଟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସୁରକ୍ଷାବାହିନୀ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।
Comments are closed.