Latest Odisha News

BREAKING NEWS

ନାୟକ ଫିଲ୍ମ ଶୈଳୀରେ ଫିନଲ୍ୟାଣ୍ଡରେ ୧୬ ବର୍ଷୀୟ କିଶୋରୀ ହେଲେ ଦିନିକିଆ ପ୍ରଧାନମନ୍ତ୍ରୀ

ହେଲସିଙ୍କ: ନାୟକ ଫିଲ୍ମ ଶୈଳୀରେ ଫିନଲ୍ୟାଣ୍ଡରେ ଜଣେ ୧୬ ବର୍ଷୀୟା କିଶୋରୀଙ୍କୁ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ କରାଯାଇଛି । ଜଳବାୟୁ, ମାନବଧିକାର ଓ ଲିଙ୍ଗଭେଦ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ସାନା ମାରିନ୍ ଏହି ମହତ କାର୍ଯ୍ୟ ନେଇ ଏଭା ମର୍ଟନଙ୍କୁ ଉପରୋକ୍ତ ସମ୍ମାନ ଦେଇଥିଲେ ।

ଏହି ଗୋଟିଏ ଦିନରେ ମର୍ଟନ ରାଜନେତାମାନଙ୍କୁ ସାକ୍ଷାତ କରିବେ ଏବଂ ଟେକ୍ନୋଲୋଜିରେ ମହିଳାଙ୍କ ଅଧିକାର ଉପରେ ଆଲୋଚନା କରିବେ । ଏହି ଅବସରରେ ସେ କହିଥିଲେ, ଏବେ ମଧ୍ୟ ମହିଳାଙ୍କୁ ସମାନ ଅଧିକାର ମିଳୁ ନାହିଁ । ଆଗକୁ ଆହୁରି କାମ କରିବାକୁ ପଡିବ । ସୂଚନାଯୋଗ୍ୟ, ମାରିନ୍ ଅନ୍ୟ ୪ଟି ଦଳଙ୍କ ସହ ମିଶି ସରକାର ଗଠନ କରିଛନ୍ତି ।

Leave A Reply

Your email address will not be published.