Latest Odisha News

BREAKING NEWS

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ, ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରିବ । ପଏଂଟ ଟେବୁଲରେ ରାଜସ୍ଥାନ ୭ ନମ୍ବର ସ୍ଥାନରେ ଥିବାରୁ ଏହି ମ୍ୟାଚରେ ସେମାନଙ୍କ ପାଇଁ ବିଜୟ ଜରୁରୀ ହୋଇପଡିଛି ।

ଏହାକୁ ଆଖି ଆଗରେ ରଖି ଅଷ୍ଟ୍ରେଲିୟାର ପେସ ବୋଲର ଆଣ୍ଡ୍ର‌୍ୟୁ ଟାଏଙ୍କୁ ଚୂଡାନ୍ତ ଦଳରେ ସାମିଲ କରିଛି । ଅଙ୍କିତ ରାଜପୁତଙ୍କ ବଦଳରେ ବରୁଣ ଅରୁଣ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.