Latest Odisha News

BREAKING NEWS

ଟ୍ରକ୍ ପଛରେ ପିଟି ହେଲା କାର୍‌, ଜଣେ ମୃତ

ପାରାଦୀପ: କଟକ-ପାରାଦୀପ ମୁଖ୍ୟ ରାସ୍ତାର ଲୋକନାଥ ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ ଘର ପାରାଦୀପ ନୂଆ ବଜାର ଅଚଂଳରେ ବୋଲି ଜଣାପଡିଛି । ସେପଟେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌ଟି ଲୋକନାଥ ଗଡା ନିକଟ ରାସ୍ତାକଡରେ ଠିଆ ହୋଇଥିଲା । ଏହି ସମୟରେ ଏକ କାର୍ ଆସି ତା’ପଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାରଦାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଡାକ୍ତର ଖାନାକୁ ପଠାଇଛି । ସେପଟେ ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.