Latest Odisha News

ଏବେ ଏସଏସସି-ଆରଆରବି ଓ ଆଇବିପିଏସ ଲାଗି ହେବ ଗୋଟିଏ ପରୀକ୍ଷା

ଭୁବନେଶ୍ୱର: ଏସଏସସି, ଆରଆରବି, ଆଇବିପିଏସରେ ଗ୍ରୁପ ବି , ଗ୍ରୁପ ସି ଚାକିରୀ ପାଇଁ ହେବ ନାହିଁ ଅଲଗା ଅଲଗା ପରୀକ୍ଷା । ଗୋଟିଏ ଏକକ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡିବ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅଲଗା ଅଲଗା ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷା ରେ ପ୍ରାପ୍ତ ନମ୍ବର ଆଧାରରେ ଚାକିରୀ ପାଇବେ । ଏହି ନମ୍ବର ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ଦ୍ଵାରା ଖାଲିଥିବା ପଦବୀକୁ ପୂରଣ ପାଇଁ ଏହି ନମ୍ବର ଆଧାରରେ ହେବ ।

କେନ୍ଦ୍ରସରକାର ଗୃପ ବି ଗେଜେଟେଡ଼, ଗୃପ ବି ନନ-ଗେଜେଟେଡ଼ ତଥା ଗୃପ ସି ପଦ ରେ ଭର୍ତ୍ତି ପାଇଁ ସାଧାରଣ ଉତ୍ତୀର୍ଣ ପରୀକ୍ଷା ବା ସିଇଟି ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ ।

ଏକ ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ସ୍ୱତନ୍ତ୍ର ରୂପରେ ଅୟୋଜନ କରାଯିବାକୁ ଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ବଛାଯିବ।

ପ୍ରସ୍ତାବ ଅନୁସାରେ , ଏହି ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ଗ୍ରାଜୁଏଟ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ସିଇଟି ଓ ଦ୍ୱାଦଶ ଓ ଅଣ ବୈଷୟିକ ପଦବୀ ପାଇଁ ଅଲଗା ପରୀକ୍ଷା କରାଯିବ ।ଏହି ପଦବୀରେ ଭର୍ତ୍ତି ପାଇଁ ବର୍ତ୍ତମାନ ରେ କର୍ମଚାରୀ ଚୟନ ଆୟୋଗ (ଏସଏସସି), ରେଲୱେ ଭର୍ତ୍ତି ବୋର୍ଡ (ଆରଆରବି) ଏବଂ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପାର୍ସନାଲ ସିଲେକ୍ସନ (ଆଇବିପିଏସ) ର ମାଧ୍ୟମରେ କରାଯାଏ ।

ଏହି ଚାକିରୀ ପାଇଁ ସାଧାରଣ ଉତ୍ତୀର୍ଣ ପରୀକ୍ଷା ବା ସିଇଟି ଆରମ୍ବ କରିବା ସମ୍ବନ୍ଧରେ ସୋମବାର ଦିନ ପର୍ସନାଲ, ପବ୍ଲିକ ଗ୍ରୀଭାନସ ଓ ପେନସନ ମନ୍ତ୍ରାଳୟ ଏକ ନୋଟିସ ରେ କୁହାଯାଇଛି, ” ବର୍ତ୍ତମାନ ସରକାରୀ ଚାକିରୀ ଖୋଜୁଥିବା ପ୍ରାଥି ବା ପ୍ରାଥିନି ଗୃପ ବି ଓ ଗ୍ରୁପ ସି ପଦ ପାଇଁ ଭର୍ତ୍ତି ପାଇଁ ବିଭିନ୍ନ ଏଜେନ୍ସି ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରକାରର ଅଲଗା ଅଲଗା ପରୀକ୍ଷା ଆୟୋଜନ କରାଯାଉଛି, ଯାହାର ପରୀକ୍ଷା ମାନଦଣ୍ଡ ସମାନ ଅଟେ ।

ଏହି ଭର୍ତ୍ତି ପରୀକ୍ଷାରେ ବହୁତ ଚୟନ ସ୍ତର ସାମିଲ ଅଟେ। ଯେମିତି କି ଟାୟାର-୧, ଟାୟାର-୨, ଟାୟାର-୩, ସ୍କିଲ ଟେଷ୍ଟ ଆଦି ସାମିଲ । ପରୀକ୍ଷାରେ କମ୍ପ୍ୟୁଟର ଆଧାରିତ ଅନଲାଇନ ବହୁବିକଳ୍ପିୟ ବସ୍ତୁନିଷ୍ଠ ସାମିଲ ଅଟେ ।ଏହି ପରୀକ୍ଷା ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ ନିଆଯାଉଛି ।

ଏକ କମନ ଏଲିଜିବିଲିଟି ଟେଷ୍ଟରେ ଅଶାୟୀ ପ୍ରାର୍ଥୀ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ ତଥା ଏହି ପରୀକ୍ଷାରେ ପ୍ରାପ୍ତ ଅଙ୍କ ଆଧାରରେ ଚାକିରୀ ପାଇବେ ।

ଦଶମ ତଥା ଦ୍ୱାଦଶ ପାସ ଅଶାୟୀ ପାଇଁ ଅଲଗା ଅଲଗା ପରୀକ୍ଷା ଆୟୋଜିତ ହେବ ତଥା ପରୀକ୍ଷାର ନମ୍ବର ତିନି ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡ଼ ରହିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଭର୍ତ୍ତି ପାଇଁ ଏହି ନମ୍ବର ଆଧାରରେ ଚୟନ କରାଯିବ।

ଫାଇନାଲ ଚୟନ ସମ୍ବନ୍ଧୀୟ ଚୟନ ସରକାରୀ ବିଭାଗ ନିର୍ଦ୍ଧେଶ ଅନୁଯାୟୀ ହେବ ।

Leave A Reply

Your email address will not be published.