Latest Odisha News

BREAKING NEWS

୪ ଜଣଙ୍କ ଜୀବନ ବଞ୍ଚାଇ ସମ୍ମାନିତ ହେଲେ ଟ୍ରାଫିକ ହାବିଲଦାର; ସମ୍ବର୍ଦ୍ଧିତ କଲା କମିଶନରେଟ ପୋଲିସ

କଟକ: ନିଜର ଉପସ୍ଥିତ ବୁଦ୍ଧି ତଥା ତତ୍ପରତା ଯୋଗୁଁ ୪ ପଥଚାରୀଙ୍କ ଜୀବନ ବଞ୍ଚାଇଥିଲେ କଟକର ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତ । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ବୁଧବାର ଦିନ କଟକ ଡ଼ିସିପି ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ତେବେ ଲଳିତଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟୀ ବୋଲି ଟ୍ୱିଟ କରି ପ୍ରକାଶ କରିଛି କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ, ନଭେମ୍ବର ୩୦ ତାରିଖ ରାତିରେ ଲଳିତ ଶିଖରପୁର ସ୍ଥିତ ଟ୍ରାଫିକ ପୋଷ୍ଟର ସଞ୍ଚାଳନ କରୁଥିବା ସମୟରେ ହଠାତ ଦେଖିଲେ ଯେ, ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର ଟ୍ରାଫିକ ସିଗନାଲ ଭାଙ୍ଗି ରାସ୍ତା ପାର ହେଉଥିବା ୪ ଜଣ ବ୍ୟକ୍ତିଙ୍କ ଆଡକୁ ମାଡିଯାଉଛି।

ଏହାଦେଖି ଲଳିତ ଗୋଟିଏ ମୁହୂର୍ତ୍ତର ମଧ୍ୟ ନଷ୍ଟ ନକରି ନିଜ ଟ୍ରାଫିକ ପୋଷ୍ଟରୁ ଡେଇଁପଡ଼ି ଉକ୍ତ ଟ୍ରଲର ସାମ୍ନାରେ ଛିଡା ହୋଇଗଲେ । ଯାହା ଫଳରେ ଟ୍ରାଲରଟି ମଧ୍ୟ ଅଟକି ଯାଇଥିଲା।

ତେବେ ନିଜ ଜୀବନକୁ ଖାତିର ନକରି ସଧାରଣ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଏହି ବାହାଦୂର ଟ୍ରାଫିକ ପୋଲିସଙ୍କୁ ଆଜି କମିଶନରେଟ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.