Latest Odisha News

ପୁଣି ବଡ଼ ସଫଳତା: ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି: ଓଡିଶା ସୀମାନ୍ତ ଛଡିଶଗଡର କାଙ୍କେର ଏବଂ ନାରାୟଣପୁର ଜିଲ୍ଲାରେ ଗୁଳିବିନିମୟ ଆରମ୍ଭ ହୋଇଛି। ପୋଲିସ ଓ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ସୂଚନା ଅନୁସାରେ ଉତ୍ତର ବସ୍ତର ମାଓ ସଙ୍ଗଠନର ଶତାଧିକ ମାଓବାଦୀ ଏବଂ ଅନେକ ଟପ କ୍ୟାଡ଼ର ମାଓବାଦୀଙ୍କ ଉପସ୍ଥିତ ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ଫଳରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ଉଭୟ ପୋଲିସ ଓ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା।

ଏହି ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି କାଙ୍କେର ଏସପି। ନାରାୟଣପୁର ଏବଂ କାଙ୍କେର ଜିଲ୍ଲାର ବିଏସଏଫ ଓ ଡିଆରଜି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଗତ କିଛି ଦିନ ତଳେ ୧୪ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ। ଲଗାତାର କିଛି ଦିନ ହେବ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳୁଛି।

Comments are closed.