Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୧ମୃତ ଓ ୧୪ ଆହତ

ଭୁବନେଶ୍ୱର : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତ ଓ ୧୪ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ- ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ଚିକିତ୍ସା ନିମନ୍ତେ ଆହତମାନଙ୍କ ମଧ୍ୟରୁ ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୨ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସେହିପରି କଟକ ଜିଲ୍ଲା ୪୨ ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ନିକଟରେ ଆଜି ଭୋରରୁ ଏକ ବସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ପାଖାପାଖି ୭ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖୁଣ୍ଟୁଣୀ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ୨ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଆହୁରିମଧ୍ୟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବଉଳ ବଜାର ନିକଟରେ ଆଜି ସକାଳେ ଏକ ମିନି ଟ୍ରକ୍ ଜଳଖିଆ ଦୋକାନ ଉପରେ ମାଡ଼ି ଯିବାରୁ ୨ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମିନି ଟ୍ରକଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଜଳଖିଆ ଦୋକାନ ଉପରକୁ ମାଡିଯାଇଥିଲା । ଏହି ଘଟଣାରେ ଦୋକାନୀ ମାଲିକ ଆହତ ହୋଇଥିବା ବେଳେ ୨ଜଣ ଗ୍ରାହକ ଗୁରୁତର ହୋଇଛନ୍ତି ।

ଏଥିସହିତ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.