Latest Odisha News

BREAKING NEWS

କେନ୍ଦୁଝର: ନିଆଁରେ ପୋଡି ୨ ଶିଶୁ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଅଡାଳ ମୁଣ୍ଡାସାହିର ଏକ ଘୁଷୁରୀ ଗୁହାଳରେ ନିଆଁ ଲାଗି ୨ ଭାଇ ଜୀବନ୍ତ ଦଗ୍ଧ ଭଳି ଅଭାବନୀୟ ଘଟଣା ଘଟିଛି ।

ମୃତ ଦୁଇ ଶିଶୁ ରାହୁଲ ମୁଣ୍ଡା ଓ ସାଗର ମୁଣ୍ଡା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁଦ୍ୱୟ ଘୁଷୁରୀ ଗୁହାଳ ମଧ୍ୟରେ ଖେଳୁଥିବାବେଳେ କୌଣସି କାରଣବଶତଃ ଅଚାନକ ଘୁଷୁରୀ ଗୁହାଳରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁଦ୍ୱୟ ସେଠାରୁ ବାହାରି ନପାରି ନିଆଁରେ ପୋଡି ହୋଇ ଯାଇଥିଲେ ।

ଅନ୍ୟପକ୍ଷରେ ଶିଶୁ ଦ୍ୱୟଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିବା ନେଇ ଜଣାପଡିଛି ।

ଆହୁରିମଧ୍ୟ ପରିବାର ଲୋକ ବିଲକୁ କାମ କରିବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.